ପୁଣି ଅସୁସ୍ଥ ହେଲେ ସୋନିଆ ଗାନ୍ଧି
କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଦିଲ୍ଲୀର ସାର୍ ଗଙ୍ଗା ରାମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଏହା ପୂର୍ବରୁ ମଧ୍ୟ ସୋନିଆ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଗଙ୍ଗାରାମ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।ଜ୍ୱର ପାଇଁ ଦିଲ୍ଲୀର ସାର୍ ଗଙ୍ଗା ରାମ ଡାକ୍ତରଖାନାରେ ଭର୍ତ୍ତି କରାଯାଛି।
ତାଙ୍କ ଅବସ୍ଥା ସ୍ଥିର ଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ଗୁରୁବାର ସୋନିଆ ଗାନ୍ଧିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
ହୃଦରୋଗ ଚିକିତ୍ସା ବିଭାଗର ପରାମର୍ଶଦାତା ଡ.ଅରୁପ ବସୁଙ୍କ ନେତୃତ୍ୱରେ ଏକ ଟିମ ତାଙ୍କର ଚିକିତ୍ସା କରୁଛି।