ପୋଲିସ୍ ଗୁଳିରେ ଆହତ ମନ୍ତ୍ରୀ ନବ ଦାସ,କରାଯାଉଛି ଏୟାରଲିଫ୍ଟ
ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ । ବ୍ରଜରାଜନଗରରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିମାଡ ହୋଇଥିବା ସୂଚନା ମିଳିଛି । ମନ୍ତ୍ରୀଙ୍କ ଛାତିରେ ଗୁଳି ବାଜିଥିବା ଜଣାପଡିଛି ।
ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ପୋଲିସ କର୍ମୀ ଗୁଳିମାଡ କରିଛନ୍ତି । ଗୁଳିମାଡ ନେଇ ଏସଡିପିଓ ସ୍ପଷ୍ଟ କରିଛନ୍ତି । ପୋଲିସ କର୍ମୀ ଗୋପାଳ ଦାସ ଗୁଳିମାଡ କରିଛନ୍ତି । ଗାନ୍ଧୀ ଛକ ଫାଣ୍ଡି ଏଏସଆଇ ହେଉଛନ୍ତି ଗୋପାଳ ଦାସ ।
ଗୋପାଳଙ୍କୁ କାବୁ କରି ପୋଲିସ ପଚରାଉଚରା କରୁଛି । କିନ୍ତୁ କାହିଁକି ମନ୍ତ୍ରୀଙ୍କୁ ଗୁଳିମାଡ କଲା ତାହା ଜଣାପଡିନି । ସବୁଠାରୁ ବଡ କଥା ହେଉଛି , ଘଟଣାସ୍ଥଳରେ ୪ରୁ ୫ ରାଉଣ୍ଡ ଗୁଳି ଫୁଟିଛି । ମନ୍ତ୍ରୀଙ୍କ ସହ ଅନ୍ୟ ଜଣଙ୍କ ଦେହରେ ଗୁଳି ବାଜିଥିବା ସୂଚନା ମିଳିଛି । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଏୟାରଲିଫ୍ଟ କରାଗଲା । ଭୁବନେଶ୍ୱରର ଆପୋଲୋ ହସ୍ପିଟାଲକୁ ଅଣାଯାଉଛି ।
ଝାରସୁଗୁଡା ହସ୍ପିଟାଲରୁ ସ୍ୱତନ୍ତ୍ର ବିମାନରେ ଅଣାଯାଉଛି । ମନ୍ତ୍ରୀଙ୍କୁ ଏୟାରଲିଫ୍ଟ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି ।