ରାଜ୍ୟ

ଫ୍ୟାଶନ୍ ଓ ଲାଇଫ୍ ଷ୍ଟାଇଲ୍ ମେଳାର ତୃତୀୟ ଦିବସ,ଯୋଗଦେଲେ ବଲିଉଡ଼ ଅଭିନେତ୍ରୀ ଦିଆ ମିର୍ଜା

0
(0)

ଭୁବନେଶ୍ୱର : ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ ଏବଂ ମହିଳା ଉଦ୍ୟୋଗୀ ପରିଷଦର ମିଳିତ ସହଯୋଗରେ ପଟିଆ ପାଲଟ୍ରୋନିକ୍ସ ଗ୍ରାଉଣ୍ଡ ଠାରେ ଚାଲିଛି ଫ୍ୟାଶନ ଓ ଲାଇଫ୍ ଷ୍ଟାଇଲ ମେଳା । ଆଜି ଥିଲା ମେଳାର ତୃତୀୟ ଦିବସ ।

ଗତ ଦୁଇ ଦିନ ଧରି ମେଳା ପରିସରରେ ହଜାର ହଜାର ଦର୍ଶକ ବୁଲି ଦେଖିଥିବା ବେଳେ ଆଜି ମଧ୍ୟ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଥିଲା । ଏଥିରେ ଏସ୍‌.ଏସ୍‌.ଜି, ଆଦିବାସୀ ଏବଂ ତୃଣମୂଳରୁ ଆସିଥିବା ଉଦ୍ୟୋଗୀମାନେ ସେମାନଙ୍କ ଉତ୍ପାଦ ପ୍ରଦର୍ଶିତ କରୁଛନ୍ତି । ତୃତୀୟ ଦିବସର ଆଲୋଚନା ଚକ୍ରର ବିଷୟବସ୍ତୁ ଥିଲା କପଡ଼ା ଏବଂ ଡ଼ଜାଇନ୍‌ର ପୁନର୍ବିନ୍ୟାସ ଏବଂ ମିଶ୍ରଣ । ଏଥିରେ ନୀତିଶା ମନ୍ ଏବଂ ଗାର୍ଗି ଭଟ୍ଟାଚାର୍ଯ୍ୟ ଅଂଶଗ୍ରହଣ କରିଥିବାବେଳେ ବୈଶାଳୀ ନନ୍ଦ ଏହି ପର୍ଯ୍ୟାୟକୁ ପରିଚାଳନା କରିଥିଲେ ।

ବଲିଉଡ଼୍ ଅଭିନେତ୍ରୀ ଦିଆ ମିର୍ଜା ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଦିଆଙ୍କ ସହ ଆଇ.ଏନ୍‌.ଡ଼ବ୍ଲୁ.ଇ.ସି. କୋର ସଦସ୍ୟ ମିନୁ ପଟ୍ଟନାୟକ ଇଣ୍ଟରାକ୍ଟିଭ୍ ଅଧିବେଶନ କରିଥିଲେ । ଦିଆ ମିର୍ଜା ଦର୍ଶକଙ୍କ ସହ ତାଙ୍କର ଯାତ୍ରା ଏବଂ ଅନୁଭୂତି ବାଣ୍ଟିଥିଲେ ଓ ହ୍ୟାଣ୍ଡଲୁମ୍‌କୁ ସମର୍ଥନ କରୁଥିବା ଉଦ୍ୟୋଗୀ ଏବଂ ବ୍ୟବସାୟୀମାନଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରିଥିଲେ । ଉଦ୍ୟୋଗୀମାନେ ଏହା ଉପରେ ନିଜର ମତ ରଖିଥିଲେ । ଏହି ଅଧିବେଶନରେ ଉତ୍ସାହର ସହିତ ବହୁ ଦର୍ଶକ ଯୋଗ ଦେଇଥିଲେ ।

ସନ୍ଧ୍ୟାର ବିଶିଷ୍ଟ ଅତିଥି ଭାବେ ଆଇ.ଏ.ଏସ୍‌. ତଥା ପି.ଆର୍‌. ଆଣ୍ଡ ଡ଼ିଡବ୍ଳୁର ଅତିରିକ୍ତ ସଚିବ ପୁଣମ୍ ଗୁହା, ଏମ୍‌.ଏସ୍‌.ଏମ୍‌.ଇ.ଡ଼ି.ଏଫ୍‌.ଓ.ର ଉପ-ନିର୍ଦ୍ଦେଶକ ନୀତିଶା ମନ୍ ଯୋଗଦେଇ ଷ୍ଟଲ ପରିଦର୍ଶନ କରି ସେମାନଙ୍କ ମତାମତ ବାଣ୍ଟିଥିଲେ । ଆଇ.ଏନ.ଡ଼ବ୍ଳୁ.ଇ.ସି.ର ସହ-ଅଧ୍ୟକ୍ଷା ସୁକିର୍ତ୍ତି ପଟ୍ଟନାୟକ ମେଳାକୁ ଲୋକଙ୍କ ଅକୁଣ୍ଠ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଥିଲେ ଓ ତତ୍‌ସହିତ ପ୍ରାଇଡ଼ ଅଫ୍ ଓଡ଼ିଶା ପଦଯାତ୍ରା ମାଧ୍ୟମରେ ହାଣ୍ଡଲୁମ୍‌କୁ ପ୍ରୋତ୍ସାହନ ଦିଆଯାଉଥିବାରୁ ସଂପୃକ୍ତ ଅତିଥିମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

ଆଇ.ଏନ୍‌.ଡ଼ବ୍ଳୁ.ଇ.ସି.ର କନଭେନର ତନୟା ପଟ୍ଟନାୟକ ଡ଼ିଜାଇନର ମାନଙ୍କୁ ଧନ୍ୟବାଦ ଦେଇଥିଲେ ଏବଂ ହାଣ୍ଡଲୁମ୍ ବ୍ୟବହାର କରି ଅଭିନବ ଉତ୍ପାଦ ସୃଷ୍ଟି ପାଇଁ ଅତୁଲ୍ୟ କାରିଗରୀ ଉଦ୍ୟଗୀଙ୍କୁ ସମର୍ଥନ ଜଣାଇଥିଲେ । ତୃଣମୂଳ ସ୍ତରରେ ଏହି କାର୍ଯ୍ୟକ୍ରମ ପ୍ରଶଂସାର ପାତ୍ରବୋଲି ସେ ମତ ଦେଇଥିଲେ । ଦିନର ସବୁଠାରୁ ବଡ଼ ଆକର୍ଷଣ ଥିଲା ପ୍ରାଇଡ଼୍ ଅଫ୍ ଓଡ଼ିଶା ଫ୍ୟାଶନ୍ ସୋ । ସବୁଠାରୁ ସଫଳ ଉଦ୍ୟୋଗୀ, ବ୍ୟବସାୟ ନେତା ଏବଂ ଓଡ଼ିଶାର ସଫଳ ବ୍ୟକ୍ତିମାନେ ଡ଼ିଜାଇନର୍ ରାମୁଲିଙ୍କ ଦ୍ୱାରା ପରିକଳ୍ପିତ ହ୍ୟାଣ୍ଡଲୁମ୍ ପୋଷାକ ପରିଧାନକରି ରାମ୍ପରେ ଚାଲିଥିଲେ ।

ହସ୍ତତନ୍ତ ଏବଂ ହସ୍ତତନ୍ତରେ କାର୍ଯ୍ୟକରୁଥିବା ହଜାର ହଜାର ତୃଣମୂଳ ଉଦ୍ୟୋଗୀଙ୍କୁ ସମର୍ଥନ କରୁଥିବା ଅତୁଲ୍ୟ କାରିଗରୀ ଫ୍ୟାଶନ୍ ସୋ ମାଧ୍ୟମରେ ସେମାନଙ୍କର ହ୍ୟାଣ୍ଡଲୁମ୍ ପୋଷାକ ପ୍ରଦର୍ଶନ କରିଥିଲେ । ଲେବେଲ ଫ୍ୟାଶନିଷ୍ଟାର ଡ଼ିଜାଇନର୍ ତମାସା ମହାପାତ୍ର, ଲେବେଲ ଡ଼ିଟୁଲିପର୍ ତୁଲିକା ମହାନ୍ତି, ଲେବେଲ୍ ଏଜ୍ ଫ୍ୟାଶନର ସେଲିନା ଦାଶନ ସେମାନଙ୍କ ପ୍ରସ୍ତୁତ ପୋଷାକ ପ୍ରଦର୍ଶିତ କରିଥିଲେ । ସେହିପରି ରାଜ୍ୟରୁ ଆସିଥିବା ଆଦିବାସୀ ଭଉଣୀମାନେ ରାମ୍ପରେ ଚାଲିଥିଲେ । ଏହି ଫ୍ୟାଶନ ଶୋକୁ ଆଦି ରାନୀ ଫାଉଣ୍ଡେସନ୍ ଦ୍ୱାରା ପରିଚାଳନା କରାଯାଇଥିଲା ।

ଅନ୍ୟ ଏକ ଆକର୍ଷଣ ଥିଲା ସିବରନ୍ ବେରିୱାଲଙ୍କ ନୃତ୍ୟ । ତାଙ୍କର ପାୱାର ପ୍ୟାକ୍ ପ୍ରଦର୍ଶନକୁ ଅତିଥି ଏବଂ ଦର୍ଶକମାନେ ପ୍ରଶଂସା କରିଥିଲେ । ସବୁଠୁ ବଡ଼ କଥା ହେଲା ଏହି ମେଳା ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ କରିଥିଲା । ମେଳାର ପରିବେଶ ସକାରାତ୍ମକ ଥିବାରୁ ଲୋକଙ୍କ ସୁଅ ଛୁଟୁଛି ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE

Leave a Reply