ବଦଳିଛି ଆଦିଶକ୍ତିପୀଠ ତାରାତାରିଣୀର ରୂପରେଖ
ବଦଳିଛି ଆଦିଶକ୍ତିପୀଠ ତାରାତାରିଣୀର ରୂପରେଖ । 5T ରୂପାନ୍ତରଣ କାର୍ଯ୍ୟକ୍ରମରେ ଏହା ସମ୍ଭବ ହେଉଛି। ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ନଦୀତଟ ରତ୍ନଗିରି ପାହାଡ଼ ଶୀର୍ଷରେ ରହିଛି ମା’ଙ୍କ ଆସ୍ଥାନ ।
ଗତବର୍ଷ ମେ’ ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭ ଉଦଘାଟନ କରିଥିଲେ । 5T ରୂପାନ୍ତରଣରେ ମନ୍ଦିର ଚାରିପାଖ ନବୀକରଣ ସହ ସୌନ୍ଦର୍ଯ୍ୟକରଣ କରାଯାଇଛି । ଏହାସହ ପ୍ରସାଦସେବନ ହଲ୍, ପର୍ଯ୍ୟଟକଙ୍କ ସୁବିଧା ପାଇଁ ଭାଷାନ୍ତର କେନ୍ଦ୍ର, ଧ୍ୟାନ ଓ ବିଶ୍ରାମ ନେବା ପାଇଁ ସ୍ବତନ୍ତ୍ର ହଲ୍ ନିର୍ମାଣ ହୋଇଛି । ଏହି ପଦକ୍ଷେପ ପର୍ଯ୍ୟଟକଙ୍କୁ ଏକ ଦିବ୍ୟ ଅନୁଭୂତି ଦେଉଛି ।
ଓଡ଼ିଶାର କଳା ଓ ସ୍ଥାପତ୍ୟର କଥା ବଖାଣୁଛି ମନ୍ଦିରର ସିଂହଦ୍ବାର ।
ମୋଟ୍ ୫୨ ଶକ୍ତିପୀଠରୁ ମା’ ତାରାତାରିଣୀଙ୍କ ପୀଠ ଅନନ୍ୟ । ଆଦିଶକ୍ତି ଭାବେ ମାଆ ତାରାତାରିଣୀ ପୂଜା ପାଉଛନ୍ତି । ମନ୍ଦିରକୁ ଯିବାକୁ ରୋଡ୍ ଓ ରୋପ୍ ୱେର ବ୍ୟବସ୍ଥା ରହିଛି । ଗତବର୍ଷ ମନ୍ଦିରର ନବୀକରଣ କରାଯାଇଛି ।
Related posts:
ପୋଡ଼ି ଦେଇଥିଲେ ନବଙ୍କ ସାର୍ଟ !January 21, 2025
ଜାଣନ୍ତୁ କାହିଁକି ଗିରଫ ହେଲେ ଏହି ତିନି ଅଭିଯୁକ୍ତJanuary 20, 2025
ପୁଣି ଚର୍ଚ୍ଚାରେ ନବ ଦାସ ହତ୍ୟା ମାମଲାJanuary 20, 2025
ବିବାହ ବନ୍ଧନରେ ଆବଦ୍ଧ ହେଲେ ଜାଭଲିନର ସୁନା ପୁଅ ନୀରଜ ଚୋପ୍ରାJanuary 20, 2025
ଓଡ଼ିଶାରେ ଲିଥିୟମ ଖୋଜୁଛି ଜିଓଲଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆJanuary 19, 2025
ଛୁରି ଦେଖାଇ ମହିଳାଙ୍କୁ ଦୁଷ୍କର୍ମ !January 19, 2025