ବଦଳିବ ଧାର୍ମିକ ପୀଠର ରୂପରେଖା,ମୟୂରଭଞ୍ଜରେ ୫ଟି ସଚିବ
ବଦଳିବ ଧାର୍ମିକ ପୀଠର ରୂପରେଖ, ପର୍ଯ୍ୟଟନ କ୍ଷେତ୍ରର ବିକାଶ କରାଯିବ।୫ଟି ସଚିବ ଭିକେ ପାଣ୍ଡିଆନ୍ ମୟୁରଭଞ୍ଜକୁ ଦୁଇ ଦିନିଆ ଗସ୍ତରେ ଯାଇଛନ୍ତି । ଏହା ସହ ଜଳସେଚନ, ପାନୀୟ ଜଳ ଆଦି କ୍ଷେତ୍ରରେ ଜିଲ୍ଲାବାସୀ ଅଧିକ ସୁବିଧା ପାଇବେ।
ଏହାପରେ ଷ୍ଟାଡିୟମ, ସ୍ପୋର୍ଟ୍ସ ହଷ୍ଟେଲ, ଏମକେସି ୫-ଟି ହାଇସ୍କୁଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଓ ହସ୍ପପିଟାଲ, ମଧୁବନ ବନ୍ୟା ନିୟନ୍ତ୍ରଣ ପ୍ରକଳ୍ପ, ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଘର ପରିଦର୍ଶନ ସାଙ୍ଗକୁ ଗୁହାଳଡିହୀଠାରେ ଓରମାସର ସବାଇରୁ ପ୍ରସ୍ତୁତ ସାମଗ୍ରୀ ଉତ୍ପାଦକ ଗୋଷ୍ଠୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।
ଗସ୍ତର ୨ୟ ଦିନରେ ଅର୍ଥାତ ଆଜି ସକାଳେ ପ୍ରଥମେ ଦ୍ବାରଶୁଣୀ ଘାଟିରେ ପହଞ୍ଚି ସେଠାରେ ସ୍ଥିତି ଅନୁଧ୍ୟାନ କରିବା ପରେ ପହଞ୍ଚିଥିଲେ ବାରିପଦା ଜଗନ୍ନାଥ ମନ୍ଦିରରେ। ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ ଜଣାଇଥିଲେ ସେବାୟତ। ପରେ ୫ଟି ସଚିବ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ।