ବଦାନ୍ୟତାର ଅନ୍ୟ ନାଁ ଅଚ୍ୟୁତ ସାମନ୍ତ
ନିଜେ ଅଭାବରେ ଥିଲେ । ଦୁର୍ଦିନକୁ ଦେଖିଛନ୍ତି । ହେଲେ ଆଜି ସେ ପ୍ରତିଷ୍ଠା, ପ୍ରତିପତ୍ତି ଓ ଜନସେବାର ଜଣେ ଜନନାୟକ ।
କିଟର ପ୍ରତିଷ୍ଠାତା । ସଫଳ ରାଜନେତା । କନ୍ଧମାଳର ସାଂସଦ । ନିକଟରେ ପିଣ୍ଟୁ ନନ୍ଦଙ୍କ ଚିକିତ୍ସା ପାଇଁ ସହଯୋଗର ହାତ ବଢ଼ାଇ ସେ ପୁଣି ଚର୍ଚ୍ଚିତ । ଅବଶ୍ୟ କେବଳ ଏହି ଗୋଟିଏ କାର୍ଯ୍ୟ ନୁହେଁ, ବର୍ଷ ତମାମ ନିଜର ଜନସେବା ଓ ବଦାନ୍ୟତାକୁ ନେଇ ସେ ଖବରର ହେଡଲାଇନ୍ସରେ ଥାଆନ୍ତି । ନକଟରେ ତାଙ୍କୁ ମିଳିଛି ରାମଚନ୍ଦ୍ର ମର୍ଦ୍ଦରାଜ ସମ୍ମାନ । କେବଳ ଏତିକିି ନୁହେଁ ସେ ଆଉଟଷ୍ଟାଣ୍ଡିଂ ଗ୍ରୀନ ଆକ୍ଟିଭିଷ୍ଟ ଆୱାର୍ଡ, ପର୍ସନାଲିଟି ଅଫ ଦ ଇୟର ୨୦୧୯, ବିଜନେସଲାଇନ ଚେଞ୍ଜମେକର ଆୱାର୍ଡ ଭଳି ଅନେକ ସମ୍ମାନରେ ସମ୍ମାନୀତ । କମ୍ବୋଡିଆ, ତାଇୱାନ, ଦକ୍ଷିଣ କୋରିଆ ଭଳି ଦେଶର ବଡ଼ ବଡ଼ ବିଶ୍ୱବିଦ୍ୟାଳୟରୁ ଅଚ୍ୟୁତଙ୍କୁ ମିଳିଛି ଅଜସ୍ର ସ୍ୱୀକୃତି । ଜଣେ ଶିକ୍ଷାବିତ ଭାବରେ ସେ କେବଳ ନିଜର ପରିଚୟ ସୃଷ୍ଟି କରି ନହାଁନ୍ତି ବରଂ କିଟ ଓ କିସ ଜରିଆରେ ସେ ବିଶ୍ୱ ମାନଚିତ୍ରର ଓଡ଼ିଶାକୁ ଏକ ଶିକ୍ଷା ହବର ପରିଚୟ ଦେଇଛନ୍ତି । କିସରେ ଉପାନ୍ତ ଇଲାକାର ପିଲାଙ୍କ ମାଗଣା ପାଠପଢ଼ା ବ୍ୟବସ୍ଥା ଆଜି ବୋଧହୁଏ ସାଧାରଣଜ୍ଞାନ ବହିର ଏକ ପୃଷ୍ଠା ।
ଅଭାବି ମଣିଷରୁ ସଫଳତାର ଅଟଳ ଶୀର୍ଷ । ଅଚ୍ୟୁତଙ୍କ ଅଟଳ କାହାଣୀର ଭିତିରି କଥା କିନ୍ତୁ ଲୁହ ଆଉ କୋହରେ ଭରି ରହିଛି । ୧୯୬୫ ମସିହାରେ ଅନାଦି ଚରଣ ସାମନ୍ତ ଓ ନିଳିମା ରାଣୀ ସାମନ୍ତଙ୍କ ଔରଷରୁ ଜନ୍ମ ଅଚ୍ୟୁତ ସାମନ୍ତ । ମାତ୍ର ଚାରି ବର୍ଷ ବୟସରେ ସେ ପିତା ଛେଉଣ୍ଡ ହୋଇଥିଲେ । ଆଉ ସେଦିନ ସେ ଯେଉଁ ସମୟ ଦେଖିଥିଲେ ବୋଧହୁଏ ଆଉ କାହାକୁ ସେ ସମୟ ଦେଖିବାର ସୁଯୋଗ ସେ ଦେଇ ନାହାଁନ୍ତି । ପିତାଙ୍କ ମୃତ୍ୟୁ ପରେ ଘର ଦାଣ୍ଡରେ ଲାଗିଥିଲା ସାହୁକାରଙ୍କ ଭିଡ଼ । ବହୁ କଷ୍ଟ ଓ ଜଟିଳତା ଭିତରେ ସେ ନିଜ ପିତାଙ୍କ ଅନ୍ତିମ ସଂସ୍କାର କରିଥିଲେ । କିନ୍ତୁ ମନରେ ଥିଲା ଦୃଢ଼ ଇଚ୍ଛାଶକ୍ତି, ମଣିଷ ପଣିଆ ଆଉ ସଚ୍ଚୋଟତା । ସେଥିପାଇଁ ତ ସେ ଆଜି କିଟ ଓ କିସ ଭଳି ମର୍ଯ୍ୟାଦା ସମ୍ପନ୍ନ, ମାନବିକ ଶିକ୍ଷାନୁଷ୍ଠାନ ଛିଡ଼ା କରିପାରିଛନ୍ତି । ଯେଉଁଠି କେବଳ ସ୍କଲାର ନୁହଁନ୍ତି, ଅଭାବି ମଣିଷର ପିଲାଟିଏ ବି ପାଠ ପଢ଼ିପାରୁଛି । ଅନେକଙ୍କ ପାଇଁ ଆଜି ଅଚ୍ୟୁତ ସାମନ୍ତ ଜଣେ ମସିହା ।
କେବଳ ଶିକ୍ଷା ଜଗତ ନୁହେଁ ରାଜନୀତିରେ ବି ଅଚ୍ୟୁତ ସଫଳ । କନ୍ଧମାଳର ସାଂସଦ ଭାବେ ସେ ତିଆରି କରିଛନ୍ତି ଏକ ନିଆରା ପ୍ରତିଛବି । ଉପାନ୍ତ ଅଞ୍ଚଳର ବିକାଶ ପାଇଁ ସେ ଆଜି ପ୍ରତିଶ୍ରୁତିବଦ୍ଧ । ୨୦୧୯ରେ କନ୍ଧମାଳରୁ ନିର୍ବାଚିତ ହେବା ପରଠାରୁ ଲଗାତାର ନିଜ ନିର୍ବାଚନମଣ୍ଡଳୀ ଗସ୍ତ କରୁଛନ୍ତି । ସହରର ଚିକମିକ ଜୀବନକୁ ଭୂଲି ଅଭାବି ମଣିଷ ପାଖରେ ପହଁଚିଛନ୍ତି । ଆଜି ବି ନିଜ ଦାୟୀତ୍ୱ ଓ କର୍ମପ୍ରତି ସେ ବେଶ ସଚ୍ଚୋଟ ।
ଆଉ ଏହାପଛର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ତାଙ୍କ ସରଳତା ହିଁ ତାଙ୍କ ସଫଳତା । ଯେତିକି ନମ୍ର ତାଙ୍କ ଉଚ୍ଚାରଣ ସେତିକି ଭଦ୍ର ତାଙ୍କ ଆଚରଣ । ସେଥିପାଇଁ ତ ପୂର୍ବ ରିପୋର୍ଟର ଗୋଟିଏ ଧାଡ଼ି ଆମେ ପୁଣି ଦୋହରାଉଛୁ ।
‘ଅଟଳ ଅଚ୍ୟୁତ’ ।