ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ସାମ୍ନାରେ ଡାକୋଟା
ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ସାମ୍ନାରେ ଡାକୋଟାର ମୁଖ୍ୟ ଯନ୍ତ୍ରାଂଶକୁ ରଖାଯାଇଛି। ଏବେ ଏହାର ମରାମତି ଓ଼ ରଙ୍ଗଦିଆ କାର୍ଯ୍ୟ ଚାଲିଛି।
ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ ମାର୍ଚ୍ଚ ୫ ତାରିଖ ସୁଦ୍ଧା ଡାକୋଟା ବିମାନକୁ ସର୍ବସାଧାରଣଙ୍କ ପ୍ରଦର୍ଶନ ପାଇଁ ଯୋଜନା କରାଯାଇଛି।
ଦୁଇଟି ଚକ ସହ ବିଜୁ ବାବୁଙ୍କ ଡାକୋଟାର ଏହି ଅଂଶକୁ ପ୍ରଥମ ପର୍ଯ୍ୟାୟରେ ଅବସ୍ଥାପିତ କରାଯାଇଛି। ଆସନ୍ତା ସୋମବାର ଭିତରେ ଫ୍ୟୁଜ ଲେସ ଲଗାଇବାକୁ ଲକ୍ଷ୍ୟ ରଖାଯାଇଛି। ଏହାପରେ ଏଥିରେ ଇଞ୍ଜିନ ଓ଼ ଉଇଙ୍ଗସ ଲଗାଯିବ।
ଦୀର୍ଘଦିନ ଧରି ପଡ଼ିରହିବା ଯୋଗୁଁ ଡାକୋଟା ବିମାନର ଅନେକ ଅଂଶ ନଷ୍ଟ ହୋଇଯାଇଥିବା ଜଣାଯାଇଛି।
