ରାଜନୀତି

ବିଜେଡିର ଡାଇନାମିକ ସ୍ପୋକପର୍ସନ ଲେନିନ ମହାନ୍ତି

0
(0)

କେବେ ସେ ଓପନର ଆଉ କେବେ ଡିପେଣ୍ଡର । ଓଡିଶାର ପଲିଟିକାଲ କ୍ରିଜରେ ନନଷ୍ଟପ ସ୍ପୋକପର୍ସନ । ଦଳକୁ ସୁରକ୍ଷା ଦେବାରେ ମାହିର, ବିରୋଧୀଙ୍କୁ ପାଣି ପିଇବାରେ ସିଦ୍ଧହସ୍ତ । ଓଡିଶାର ସବୁଠୁ ଲୋକପ୍ରିୟ ଦଳ ବିଜୁ ଜନତା ଦଳର ୱାନ ଆଣ୍ଡ ଓନଲି ଡାଇନାମିକ ସ୍ପୋକପର୍ସନ । ବିଜେଡିର ଅଲରାଉଣ୍ଡର ଲିଡର ଲେନିନ ମହାନ୍ତି । ସାହିତ୍ୟ, ସଂସ୍କୃତିରେ ପାରଙ୍ଗମ, ରାଜନୀତିର ଅନ୍ତାକ୍ଷରୀରେ କଚ୍ଚା ଖିଲାଡି ପୁରୀ ମାଟିର ପୁଅ । ଓଡିଶା ଓ ଓଡିଶାବାସୀ ସେବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରରେ ଦୀକ୍ଷିତ ହୋଇଛନ୍ତି ଲେନିନ ମହାନ୍ତି ।


ଉଚ୍ଚଶିକ୍ଷିତ, ସଂସ୍କାରୀ ଓ ସ୍ପଷ୍ଟ ଅଭିବ୍ୟକ୍ତିର ମଣିଷ ହେଉଛନ୍ତି ଲେନିନ । ପିଲାଟି ଦିନରୁ କଥା ଚାତୁରୀ ପାଇଁ ସେ ବେଶ୍ ପରିଚିତ । ତାଙ୍କ କହିବା ଶୈଳୀ ସବୁବେଳେ ସମସ୍ତଙ୍କୁ ପ୍ରଭାବିତ କରିଛି । ନିଜ ଲେଖା ଓ କଥା ମାଧ୍ୟମରେ ସମସ୍ତଙ୍କୁ ସେ ଆକୃଷ୍ଟ କରିପାରିଛନ୍ତି । ସ୍ପଷ୍ଟବାଦୀଭାବେ ପରିଚିତ ଲେନିନଙ୍କୁ ଅନେକ ସମ୍ୟରେ ଗୁରୁଦାୟିତ୍ୱ ଦେଇଛି ବିଜୁ ଜନତା ଦଳ । ଦଳର ଶୀର୍ଷ ମୁଖପାତ୍ର ଭାବେ ସେ ଦାୟିତ୍ୱ ତୁଲାଉଛନ୍ତି । ବରିଷ୍ଠ ମୁଖପାତ୍ର ଭାବେ ମିଡିଆ ସେଲର ସଂଯୋଜକ ଭାବେ ମଧ୍ୟ ସଫଳତାର ସହ ଦାୟିତ୍ୱ ତୁଲାଇସାରିଛନ୍ତି । ତାଙ୍କ ବଳିଷ୍ଠ ଯୁକ୍ତି ଓ କଥା କହିବାର ଶୈଳୀ ଆଗରେ ବିରୋଧି ବି ହତବାକ ହୁଅନ୍ତି । ଟିଭି ଡିବେଟରେ ବିଜେଡି ପାଇଁ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରି ସବୁବେଳେ ଦଳକୁ ସୁରକ୍ଷା ଦେଇଛନ୍ତି । ଲେନିନଙ୍କ ଦକ୍ଷତା ହିଁ ତାଙ୍କ ପରିଚୟ । ଯେଉଁଥିପାଇଁ ଯେତେବେଳେ ଦଳ ବିପଦରେ ପଡିଛି ଅବା ବିରୋଧୀଙ୍କୁ ସାମ୍ନା କରିବାକୁ ଆବଶ୍ୟକତା ହୋଇଛି ସେତେବେଳେ ଆଗ ଖୋଜା ପଡନ୍ତି ଲେନିନ । ନିଜର ସ୍ପଷ୍ଟ ବାକଶକ୍ତି ବଳରେ ବିରୋଧୀଙ୍କୁ ପାଣିପିଆଉଥିବା ବିଜେଡି ନେତାଙ୍କ ମଧ୍ୟରେ ଲେନିନ ହେଉଛନ୍ତି ବେଶ୍ ଦକ୍ଷ ଓ ଧୂରନ୍ଧର । ନିର୍ବାଚନ ହେଉକି କି କେନ୍ଦ୍ର ଅବହେଳା । ଯେତେବେଳେ ଓଡିଶା ପ୍ରତି ବିରୋଧୀଙ୍କର ହୀନ ଭାବନା ଓ ଅବହେଳାର ଚିତ୍ର ସାମ୍ନାକୁ ଆସିଛି ବିଜେଡି ଲେନିନଙ୍କୁ ହିଁ ଯୋଦ୍ଧା ବନାଇ ଆଗକୁ ଛାଡିଛି ।

ଲେନିନଙ୍କ କର୍ତ୍ତବ୍ୟନିଷ୍ଠତା ଆଉ ସମର୍ପଣ ଭାବକୁ କେବେବି ଅଣଦେଖା କରିନି ବିଜୁ ଜନତା ଦଳ । ଅନେକ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଗୁରୁଦାୟିତ୍ୱ ପ୍ରଦାନ କରିଛନ୍ତି । ଓଡିଶା ସରକାରଙ୍କ ମୁଖପତ୍ର ଅର୍ଥାତ ପତ୍ରିକା ଉତ୍କଳ ପ୍ରସଙ୍ଗ ଓ ଓଡିଶା ରିଭ୍ୟୁର ଦୁଇ ଦୁଇଥର ସଂପାଦକ ଭାବେ ସେ ଦାୟିତ୍ୱ ତୁଲାଇଛନ୍ତି । ଉତ୍କଳ ପ୍ରସଙ୍ଗ ଓ ଓଡିଶା ରିଭ୍ୟୁର ଡିଜିଟାଇଜେସନ ଓ ୱେବସାଇଟ ଜରିଆରେ ପାଠକଙ୍କ ପାଖେ ଉପାଦେୟ ପ୍ରକାଶନୀ ପହଞ୍ଚାଇବାରେ ଲେନିନଙ୍କର ପ୍ରମୁଖ ଯୋଗଦାନ ରହିଥିଲା । ତାଙ୍କ ସମୟରେ ଉଭୟ ପତ୍ରିକା ବେଶ୍ ଆଦୃତି ଲାଭ କରିଥିଲା । ନୂଆ ପିଢିଙ୍କର ଲେଖାକୁ ସ୍ଥାନୀତ କରି ସଭିଙ୍କର ଆଦର ଲାଭ କରିବା ସହ ପତ୍ରିକାକୁ ଏକ ନୂଆ ସୋପାନକୁ ନେବାରେ ସେ ପ୍ରମୁଖ ଭୂମିକା ତୁଲାଇଥିଲେ ।


ଏବେ ଲେନିନଙ୍କ କାନ୍ଧରେ ଓଡିଶା ପର୍ଯ୍ୟଟନର ଗୁରୁଦାୟିତ୍ୱ । ଓଟିଡିସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇ ନିଜ ଦକ୍ଷତାର ପରାକାଷ୍ଠା ଦେଖାଉଛନ୍ତି ଲେନିନ । ପର୍ଯ୍ୟଟକଙ୍କୁ ଉନ୍ନତ ସେବା ଯୋଗାଇଦେଇ ଓଡିଶାର ବିକାଶ ପାଇଁ ସେ ସବୁବେଳେ ସମର୍ପିତ ହୋଇ କାର୍ଯ୍ୟ ଜାରି ରଖିଛନ୍ତି । ଆମ ରାଜ୍ୟରେ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଫାଇଭ-ଟି ଉପକ୍ରମରେ ଓଟିଡିସିକୁ ଦକ୍ଷ କରି ଏହାର ପରିଚାଳନାକୁ ସହଜ ଓ ସୁନ୍ଦର କରିପାରିଛନ୍ତି ଲେନିନ । ନୂଆ ନୂଆ କାର୍ଯ୍ୟକ୍ରମ ହାତକୁ ନେଇ ସଭିଙ୍କର ଦୃଷ୍ଟି ଆକର୍ଷଣ କରିପାରିଛନ୍ତି । ଓଡିଶା ସରକାରଙ୍କର ଏହା ଏକ ଲାଭଦାୟକ ସଂସ୍ଥା ହୋଇଥିବାବେଳେ ଲେନିନଙ୍କ ନେତୃତ୍ୱରରେ ଏହାର ବିକାଶ ବୃଦ୍ଧଇପାଇବାରେ ଲାଗିଛି । ଟିଡିସି ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ସହ ରାଜ୍ୟ ଅର୍ଥନୀତିକୁ ତ୍ୱରାନ୍ୱିତ କରିବାରେ ଅଗ୍ରଣୀ ଭୂମିକା ତୁଲାଇଛି । ନିଯୁକ୍ତି ସୁଯୋଗ ସୃଷ୍ଟିକରିବା ସହ ରାଜ୍ୟର କଳା, ସଂସ୍କୃତି ଓ ଐତିହ୍ୟକୁ ସଂରକ୍ଷଣ ରଖିବାରେ ସକ୍ଷମ ହୋଇଛି ।ପର୍ଯ୍ୟଟନ କ୍ଷେତ୍ରରେ ସମଗ୍ର ଦେଶରେ ଅନ୍ୟରାଜ୍ୟ ପାଇଁ ଓଟିଡିସି ଉଦାହରଣ ସୃଷ୍ଟି କରିଛି । ବିଭିନ୍ନ ପର୍ବପର୍ବାଣୀରେ ପିଠା ବିକ୍ରୟ କରି ୧୬ ଲକ୍ଷ ଟଙ୍କା ଲାଭ କରିଥିବା ବେଳେ ମୋଟ ବ୍ୟବସାୟରେ ଓଟିଡିସି ଗତବର୍ଷ ୫ କୋଟି ଟଙ୍କା ଲାଭ କରିଛି । ଆଗକୁ ଏହି ଲାଭାଂଶକୁ ବହୁଗଣିତ କରିବାକୁ ଲେନିନ ପ୍ରୟାସ ଜାରି ରଖିଛନ୍ତି । ଆଗକୁ ପ୍ରତ୍ୟେକ୍ଷ ରାଜନୀତିକୁ ଆସି ଲୋକଙ୍କ ସେବାରେ ନିଜକୁ ଅଧିକ ନିୟୋଜିତ କରିବାକୁ ଆଶା ରଖିଛନ୍ତି ଲେନିନ ମହାନ୍ତି । ତାଙ୍କର ରାଜନୈତିକ ଜୀବନ ଆଗକୁ ଆହୁରି ଉଜ୍ବଳମୟ ହେଉ ବୋଲି ଇଣ୍ଟରଭ୍ୟୁ ଟାଇମ୍ଲ ପରିବାର ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE

Leave a Reply

Your email address will not be published. Required fields are marked *