ବିମାନ ଦୁର୍ଘଟଣା : ଆଜି ନେପାଳ ପାଳନ କରୁଛି ରାଷ୍ଟ୍ରୀୟ ଶୋକ
ଗତକାଲି ପୋଖରା ବିମାନ ବନ୍ଦରରେ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ୭୨ ଜଣ । ଯେଉଁଥିରେ ୫ ଜଣ ଭାରତୀୟ ଥିଲେ । ଏଥିମଧ୍ୟରୁ ୪ ଜଣ ଉତ୍ତରପ୍ରଦେଶର ଗାଜୀପୁର ଜିଲ୍ଲାର ।
ଏହି ଘଟଣାରେ ନେପାଳ ପ୍ରଧାନମନ୍ତ୍ରୀ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଆଜି ନେପାଳରେ ରାଷ୍ଟ୍ରୀୟ ଶୋକ ପାଳନ ହେଉଛି । ଏହି ବିମାନ ଦୁର୍ଘଟଣା ଗତ ୩୦ ବର୍ଷ ମଧ୍ୟରେ ସବୁଠାରୁ ଭୟଙ୍କର ଦୁର୍ଘଟଣା ମଧ୍ୟରୁ ଗୋଟିଏ ।
ଚୀନ ସହାୟତାରେ ତିଆରି ହୋଇଥିବା ଏହି ବିମାନ ବନ୍ଦର ଜାନୁଆରୀ ୧ରେ ଉଦଘାଟନ ହୋଇଥିଲା । ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ ଏହି ବିମାନ ବନ୍ଦରର ଉଦଘାଟନ କରିଥିଲେ ।
ଏବେ ବି ରେସ୍କ୍ୟୁ ଅପରେସନ୍ ଜାରି ରହିଛି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ତେବେ ଦୁର୍ଘଟଣାର ଶିକାର ହୋଇଥିବା ୟେଟି ବିମାନଟି ବହୁ ପୁରୁଣା ।