ବିମାନ ସଂଯୋଗୀକରଣରେ ଓଡ଼ିଶା ଶ୍ରେଷ୍ଠ
ବିମାନ ସଂଯୋଗୀକରଣରେ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟର ମାନ୍ୟତା । ହାଇଦ୍ରାବାଦରେ ଅନୁଷ୍ଠିତ ଓ୍ବିଙ୍ଗସ ଇଣ୍ଡିଆ ୨୦୨୪ରେ ରାଜ୍ୟକୁ ଏହି ମାନ୍ୟତା ମିଳିଛି । ରାଜ୍ୟକୁ ରାଜ୍ୟ ବିମାନ ସେବା ଆରମ୍ଭ କରିବାରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ହୋଇଛି । ଏଥିରେ ଦ୍ରୁତଗତିରେ ଗମନାଗମନର ସୁବିଧା ହେବା ସହ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ରାଜ୍ୟ ସରକାରଙ୍କ ନିରନ୍ତର ପ୍ରୟାସକୁ ଜାତୀୟ ସ୍ତରରେ ଏହି ବଡ଼ ସ୍ବୀକୃତି ମିଳିଛି । ରାଜ୍ୟ ସରକାରଙ୍କ ଉଦ୍ୟମରେ ଦୁବାଇ, ବ୍ୟାଙ୍କକକୁ ସିଧାସଳଖ ବିମାନସେବା ଆରମ୍ଭ ହୋଇଥିଲା । ଏହାସହ ରାଜ୍ୟର ଉତକେଲା, ମାଲକାନିଗରି, ଜୟପୁର, ରଙ୍ଗେଇଲୁଣ୍ଡା, ଝାରସୁଗୁଡ଼ା ଓ ରାଉରକେଲାକୁ ବିମାନସେବା ଆରମ୍ଭ ହୋଇଛି ।
Related posts:
ନବୀନଙ୍କ ବଡ଼ ପ୍ରତିକ୍ରିୟା: ବିଜେଡି ରାଜ୍ୟର ସ୍ବାର୍ଥ ପାଇଁ ଲଢ଼େଇ କରୁଥିଲାDecember 6, 2024
ଭିଜିଲାନ୍ସ ଜାଲରେ ଏସିଏଫ୍December 6, 2024
ଅପହରଣ ପରେ ହତ୍ଯା କଲେ ମାଓବାଦୀDecember 5, 2024
ସର୍ବସାଧାରଣ ସ୍ଥାନରେ ଗୋମାଂସ ବିକ୍ରି ଓ ଖାଇବାରେ କଟକଣାDecember 5, 2024
ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନDecember 5, 2024
ନୌସେନା ଦିବସ ଉଦଘାଟନ କଲେ ରାଷ୍ଟ୍ରପତିDecember 4, 2024