ବିମୁଦ୍ରାକରଣ ନିଷ୍ପତ୍ତିକୁ କ୍ଲିନ୍ ଚିଟ୍ ଦେଲେ ସୁପ୍ରିମକୋର୍ଟ
ବିମୁଦ୍ରାକରଣ ପ୍ରସଙ୍ଗକୁ ସୁପ୍ରିମକୋର୍ଟର କ୍ଲିନ୍ ଚିଟ୍ । ୨୦୧୬ ମସିହା ନଭେମ୍ବର ୮ ତାରିଖରେ କେନ୍ଦ୍ର ସରକାର ଦେଶରେ ପ୍ରଚଳିତ ୫୦୦ ଓ ୧ହଜାର ଟଙ୍କିଆ ନୋଟ୍ ଅଚଳ କରିବାକୁ ଘୋଷଣା କରିଥିଲେ ଆଉ ଯାହାକୁ ବର୍ତ୍ତମାନ କ୍ଲିନ୍ ଚିଟ୍ ଦେଇଛନ୍ତି ସୁପ୍ରିମକୋର୍ଟ । ୫୮ ଟି ପିଟିସନ୍ ଉପରେ ଶୁଣାଣି କରି ୫ଜଣିଆ ଖଣ୍ଡପୀଠ ଆଜି ଏହି ଶୁଣାଣି କରିଛନ୍ତି ।୨୦୧୬ରେ ମୋଦୀ ସରକାର ଆଣିଥିବା ବିମୁଦ୍ରାକରଣ ନୀତି ଠିକ୍ ଥିଲା ।
ଏହା ଦ୍ୱାରା କଳାଧନ, ସହ ନକଲି ନୋଟ୍ କାରବାର, ଆତଙ୍କବାଦୀ ସଙ୍ଗଠନକୁ ଆର୍ôଥକ ସହାୟତା ଓ ଟିକସ ଠକେଇ ମାମଲାକୁ ନିୟନ୍ତ୍ରଣ କରାଯାଇପାରିଛି ।
ପୁର୍ବରୁ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଆଗତ ୫୮ଟି ପିଟିସନର ଏକାଠି ଶୁଣାଣି କରି ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । ୨୦୧୬ରେ ମୋଦୀ ସରକାରଙ୍କ ଏହି ନିଷ୍ପତ୍ତି ପରେ ସାରା ଦେଶରେ ଚହଳ ପଡିଯାଇଥିଲା । ବ୍ୟାଙ୍କ ଆଗରେ ଲୋକମାନଙ୍କୁ ଲମ୍ବା ଧାଡିରେ ଛିଡା ହେବା ପାଇଁ ପଡିଥଲା । ଆଉ କାରବାର ପ୍ରଭାବିତ ହୋଇଥିଲା ।
ବିମୁଦ୍ରାକରଣ ସଂକ୍ରାନ୍ତ ସମସ୍ତ ତଥ୍ୟ ଦାଖଲ କରିବାକୁ ସୁପ୍ରିମକୋର୍ଟ ଗତ ଡିସେମ୍ବର ୭ ତାରିଖରେ କେନ୍ଦ୍ର ସରକାର ଓ ଆରବିଆଇକୁ ନିର୍ଦ୍ଦେଶ ଦେବା ସହ ରାୟ ସଂରକ୍ଷିତ ରଖିଥିଲେ । କେନ୍ଦ୍ର ସରକାରଙ୍କ ବିମୁଦ୍ରୀକରଣ ଘୋଷଣାକୁ ବିଭିନ୍ନ ରାଜନୈତିକ ଦଳ ଓ ଅର୍ଥନୀତିଜ୍ଞ ବିରୋଧ କରିଥିଲେ ।
ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ କଳାଧନ ବିରୋଧରେ ଏକ ବଡ଼ ପଦକ୍ଷେପ ବୋଲି ଦର୍ଶାଇଥିଲେ ।