Uncategorized

ଭରସାର ଅନ୍ୟ ନାଁ ବିଧାୟକ ‘ସୌଭିକ’

0
(0)

ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ ।
ଚାଉଳିଆଗଞ୍ଜ ମଠସାହିରେ ରାସ୍ତା ଓ ଡ୍ରେନ କାମର ଶୁଭାରମ୍ଭ । ଯୁବକ ମାନଙ୍କୁ ନେଇ କ୍ରୀଡାକୁ ପ୍ରୋତ୍ସାହନ । କେନ୍ଦ୍ର ସରକାରଙ୍କ ଧାନ କ୍ରୟ ହ୍ରାସ ନିଷ୍ପତ୍ତି ବିରୋଧରେ ଟାଙ୍ଗୀ-ଚୌଦ୍ୱାର ପଞ୍ଚାୟତ କାର୍ଯ୍ୟାଳୟ ସାମ୍ନାରେ ଧାରଣା । ମୋ ପରିବାର- ଜୀବନ ବନ୍ଦୁ କାର୍ଯ୍ୟକ୍ରମରେ ରକ୍ତଦାନର ଆୟୋଜନ । ଜଣେ ଜନପ୍ରତିନିଧି ଭାବେ ନିଜ ନିର୍ବାଚନ ମଣ୍ଡଳୀର ସବୁ ଅଞ୍ଚଳରେ ବାରି ହୋଇପଡ଼େ ବିଧାୟକ ସୌଭିକ ବିଶ୍ୱାଳଙ୍କ ଉପସ୍ଥିତି ।

କଟକର ଟାଣୁଆ ନେତା ପ୍ରଭାତ ବିଶ୍ୱାଳଙ୍କ ପୁଅ ସୌଭିକ ବିଶ୍ୱାଳ । ୨୦୧୯ରେ ପ୍ରଥମ ଥର ସେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ଏହା ପରଠାରୁ ନିଜ ଅଂଚଳର ବିକାଶ ପାଇଁ ସେ ଏକରକମର ନିଜ ଜୀବନକୁ ଉତ୍ସର୍ଗ କରିଦେଇଛନ୍ତି । ବସ୍ତି ବାସିନ୍ଦାଙ୍କ ସମସ୍ୟା ହେଉ ଅବା ରାସ୍ତାଘାଟର ବିକାଶ, ଭି୍‌ତ୍ତିଭୂମି ସଜାଡ଼ିବା । ସବୁକ୍ଷେତ୍ରରେ ପ୍ରଶାସନ ସହ ସମନ୍ୱୟ ରଖି ଯୋଜନାକୁ ଲୋକଙ୍କ ପାଖରେ ପହଁଚାଇବାର ତାଙ୍କ ଉଦ୍ୟମ, ଜଣେ ଦାୟିତ୍ୱ ସମ୍ପର୍ଣ୍ଣ ଜନ ପ୍ରତିନିଧିର ପରିଚୟ ତାଙ୍କୁ ଦେଇଛି ।

ଯୁବ ଚେହେରା ଭାବେ କଟକ ରାଜନୀତିରେ ଆଜି ଜଣେ ଦମଦାର ରାଜନେତା ସୌଭିକ ବିଶ୍ୱାଳ । ଏକ ପ୍ରଭାବଶାଳୀ ରାଜନୈତିକ ପରିବାରର ଦାୟାଦ ଏହି ଯୁବ ବିଧାୟକ । ତଥାପି କିନ୍ତୁ ବେଶ ସରଳ ଓ ନମ୍ର ତାଙ୍କ ଆଚରଣ । ସେ ଏମିତି ଜଣେ ଜନ ପ୍ରତିନିଧି ଯେ ରାତି ଅଧିଆ ଲୋକ ସମସ୍ୟା ନେଇ ଗୁହାରି କଲେ ସମାଧାନ ପାଇଁ ବାହାରି ଯାଆନ୍ତି ।

ନିଜ ଅଞ୍ଚଳରେ ଅନେକ ସାମାଜିକ, ସାଂସ୍କୃତିକ ଓ ଶୈକ୍ଷିକ କାର୍ଯ୍ୟକ୍ରମ ସହ ବି ସେ ଓତଃପ୍ରୋତଃ ଭାବେ ଜଡ଼ିତ । ୨୦୧୯ ପରଠାରୁ ଲଗାତାର ଭାବେ ବଢ଼ି ଚାଲିଛି ତାଙ୍କ ପତିଆରା । ଏମିତିକି ତାଙ୍କ ଦକ୍ଷତା ଓ କାର୍ଯ୍ୟଶୈଳୀ ପାୱାର କରିଡରକୁ ବି ବେଶ ପ୍ରଭାବିତ କରିପାରିଛି । ଅଯଥା ବୟାନବାଜି ଅପେକ୍ଷା, ଲୋକଙ୍କ ପାଇଁ କାର୍ଯ୍ୟ କରିବା ତାଙ୍କ ସଫଳତା ଓ ଲୋକପ୍ରିୟତାର ମୂଳ ଆଧାର ବୋଲି ସାଧାରଣରେ ଚର୍ଚ୍ଚା ହୁଏ ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE

Leave a Reply

Your email address will not be published. Required fields are marked *