ଭୀଷଣ ବାତ୍ୟାରେ ପରିଣତ ହେଲା ମିଗଜୋମ
ଭୀଷଣ ବାତ୍ୟାରେ ପରିଣତ ହେଲା ମିଗଜୋମ । ବଙ୍ଗୋପସାଗରରେ ଭୀଷଣ ବାତ୍ୟାରେ ପରିଣତ ହେଲା ମିଗଜୋମ । ଦକ୍ଷିଣ ଆନ୍ଧ୍ରପ୍ରଦେଶ ପାର୍ଶ୍ବବର୍ତ୍ତୀ ଉତ୍ତର ତାମିଲନାଡୁ ଉପକୂଳରେ ଅଛି ବାତ୍ୟା । ଗତ ୬ ଘଣ୍ଟା ଧରି ଘଣ୍ଟାପ୍ରତି ୮ କିଲୋମିଟର ବେଗରେ ଉପକୂଳ ମୁହାଁ ହେଉଛି ବାତ୍ୟା । ବର୍ତ୍ତମାନ ଚେନ୍ନାଇ ଠାରୁ ପୂର୍ବ ଓ ଉତ୍ତର ପୂର୍ବରେ ୧୭୦ କିଲୋମିଟର, ନେଲୋର ଠାରୁ ଉତ୍ତର ପୂର୍ବରୁ ୨୦୦ କିଲୋମିଟର ଓ ମଚ୍ଛଲିପଟନମର ଦକ୍ଷିଣରେ ୩୨୦ କିଲୋମିଟର ଦୂରରେ ଅଛି ବାତ୍ୟା ।
ଆସନ୍ତାକାଲି ପାଇଁ ଦକ୍ଷିଣ ଓଡ଼ିଶାର ୫ ଜିଲ୍ଲା ମାଲକାନଗିରି, କୋରାପୁଟ, ରାୟଗଡ଼ାର, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଓଡ଼ିଶାରେ ବାତ୍ୟାର ବିଶେଷ ପ୍ରଭାବ ପଡିବ ନାହିଁ ବୋଲି ଆଇଏମଡି ଡିଜି କହିଛନ୍ତି। ଓଡିଶାରେ ୩୫ରୁ ୪୫ କିମି ବେଗରେ ପବନ ହୋଇପାରେ । ଧାନ ଓ ପରିବା ଫସଲ ନଷ୍ଟ ହେବାର ଆଶଙ୍କା ରହିଛି ।