ଭୟାବହ ଦୁର୍ଘଟଣା: ୪ ଛାତ୍ର ମୃତ
() ଉତ୍ତରପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ନବୀଗଞ୍ଜଠାରେ ସ୍କୁଲ ଭ୍ୟାନ ଓ ବସ ମୁହାଁମୁହିଁ ଧକ୍କା, ଡ୍ରାଇଭରଙ୍କ ସମେତ ୪ ଛାତ୍ର ମୃତ ।୧୬ ଛାତ୍ର ଗୁରୁତର ଆହତ । ସ୍କୁଲ ଭ୍ୟାନଟି ଭାରସାମ୍ୟ ହରାଇ ବସ ସହିତ ଧକ୍କା ଦେବା ଫଳରେ ଘଟିଛି ଅଘଟଣ । ସୋମବାର ଦିନ ଉତ୍ତରପ୍ରଦେଶରେ ବଦାୟୁରେ ହୋଇଥିବା ସଡକ ଦୁର୍ଘଟଣାରେ ୪ଜଣ ଛାତ୍ରଙ୍କ ସମେତ ଡ୍ରାଇଭର ପ୍ରାଣ ହରାଇଛନ୍ତି । ପିଲାଙ୍କୁ ସ୍କୁଲ ନେଇଯାଉଥିବା ଭ୍ୟାନଟି ଅନ୍ୟ ସ୍କୁଲ ବସ ସହିତ ଧକ୍କା ହେବା ଫଳରେ ଘଟିଛି ଅଘଟଣ । ଘଟଣାରେ ସ୍କୁଲ ଭ୍ୟାନର ଡ୍ରାଇଭରଙ୍କ ସମେତ ୩ଛାତ୍ର ଓ୨ ଛାତ୍ରୀଙ୍କ ମୃତ୍ୟୁ ହୋଇଛି ।
ଏଥି ସହିତ ୧୬ଜଣ ଗମ୍ଭୀର ଭାବରେ ଆହତ ହୋଇଛନ୍ତି । ସେଥିମଧ୍ୟରୁ ୬ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି । ସମସ୍ତ ଆହତଙ୍କୁ ଜିଲ୍ଲା ଚିକିତ୍ସାଳୟ ଏବଂ ରାଜକୀୟ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ଚିକିତ୍ସା ନିମନ୍ତେ ବରିଷ୍ଠ ଡାକ୍ତରୀ ଟିମ୍ ନିୟୋଜିତ ହେଇଛନ୍ତି । ସେପଟେ ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।