ମଧ୍ୟପ୍ରଦେଶକୁ ଆସିଲା ୧୫.୪୨ ଲକ୍ଷ କୋଟି ନିବେଶ ପ୍ରସ୍ତାବ
ଆସନ୍ତା ଚାରି ପାଞ୍ଚ ବର୍ଷରେ ଭାରତ ବିଶ୍ବର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ। ଭାରତରେ ନୂତନ ସୁଯୋଗ ରହିଛି। ଏଠାରେ ନିବେଶ କରିବାକୁ ସେ ନିବେଶକମାନଙ୍କୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ମଧ୍ୟପ୍ରଦେଶ ସରକାରଙ୍କ ପକ୍ଷରୁ ଆୟୋଜିତ ସପ୍ତମ ବିଶ୍ବସ୍ତରୀୟ ନିବେଶକ ସମ୍ମିଳନୀକୁ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ପିଏଲ୍ଆଇ ସ୍କିମ୍ ଓ ଗ୍ରିନ୍ ହାଇଡ୍ରୋଜେନ୍ ମିସନର ଲାଭ ହାସଲ କରିବାକୁ ସେ ଆହ୍ବାନ ଦେଇଛନ୍ତି।
ଏହି ଅବସରରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ କହିଛନ୍ତି ଯେ ଆମେ ୨୪ ଘଣ୍ଟା ଭିତରେ ନିବେଶକଙ୍କୁ ଜମି ଆବଣ୍ଟନ କରିବୁ।
ଏହି ସମ୍ମିଳନୀରେ ମଧ୍ୟପ୍ରଦେଶ ୧୫.୪୨ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ହାସଲ କରିଛି। ଏହା କାର୍ଯ୍ୟକାରୀ ହେଲେ ୨୯ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।