ମନ ପୁରିଯିବା ପରେ ପ୍ରେମ ଭାଙ୍ଗିଦେଲେ ପ୍ରେମିକ
ବେଶ କିଛି ବର୍ଷ ପ୍ରେମ ସମ୍ପର୍କରେ ରହିଲେ ଶାରିରୀକ ସମ୍ପର୍କ ମଧ୍ୟ ରଖିଲେ । କିନ୍ତୁ ବିବାହ କରିବା ପାଇଁ କଥା ଉଠିବାରୁ ଏଡ଼ାଇଦେଲେ ମୁହଁ ।
କିଛି ଏପରି ତଥ୍ୟ ସାମ୍ନାକୁ ଆସିବା ପରେ ଶୁଭଶ୍ରୀଙ୍କ ପ୍ରେମିକ ଡ଼ାକ୍ତର ଦିବ୍ୟରଞ୍ଜନ ମାଝିଙ୍କ ଖୋଜୁଛି ପୋଲିସ୍ । କାରଣ ପୁର୍ବରୁ ଥାନାରେ ଅଭିଯୋଗ କରିଥିଲେ ଶୁଭଶ୍ରୀ ।
ତେବେ ଏଠି ପ୍ରଶ୍ନ ଉଠିଛି ହୂୁଏତ ଦିବ୍ୟଙ୍କ ଅନ୍ୟ କୌଣସି ବିବାହ ପାଇଁ ସ୍ଥିର ହୋଇଛି ଯେଉଁଥିଲେ ଭାଙ୍ଗିପଡ଼ିଥିଲେ ଶୁଭଶ୍ରୀ ନହେଲେ ସବୁ ଦିନ ପାଇଁ ବାଟ ରୁ ହଟାଇବା ପାଇଁ ହତ୍ୟା କରି ଆତ୍ମହତ୍ୟାର ରୁପ ଦେଇଥାଇ ପାରନ୍ତି ଡ଼ାକ୍ତର ।
କାରଣ ତାଙ୍କର ହଠାତ୍ ନିଖୋଜ ହେବା ଘଟରା ଅନେକ ପ୍ରଶ୍ନ ବାଚୀ ସୃଷ୍ଟି କରୁଛି । ପ୍ରେମରେ ପ୍ରତାରିତା ହୋଇ ଶୁଭଶ୍ରୀ ଏପରି ପଦକ୍ଷେପ ଉଠାଇଥିବା ତାଙ୍କ ଏତଲାରୁ ସ୍ପଷ୍ଟ ହୋଇଛି।
ମୃତ୍ୟୁର ୧୦ ଦିନ ପୂର୍ବରୁ ଅର୍ଥାତ ଗତ ୨୦ ତାରିଖରେ ଶୁଭଶ୍ରୀ ଯୋଡ଼ା ଥାନାରେ ଡାକ୍ତର ଦିବ୍ୟରଞ୍ଜନ ମାଝୀଙ୍କ ନାମରେ ଦେଇଥିବା ଏତଲାରୁ ଏହା ସ୍ପଷ୍ଟ ହୋଇଛି।
ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ଡାକ୍ତର ଦିବ୍ୟରଞ୍ଜନ ମାଝୀ ପରେ ବିବାହ ପାଇଁ ମନା କରିଦେବାରୁ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ତ ହୋଇଥିଲେ ଡାକ୍ତର ଶୁଭଶ୍ରୀ କର ।