ମହିଳାଙ୍କ ଉପରକୁ ପରିସ୍ରା କରିଥିବା ଅଭିଯୁକ୍ତ ଗିରଫ
ଗିରଫ ହେଲେ ଶଙ୍କର ମିଶ୍ରା। ଆତ୍ମଗୋପନ କରିଥିବା ଶଙ୍କରଙ୍କୁ ବେଙ୍ଗାଲୁରରୁ ଗିରଫ କରିଛି ପୁଲିସ।ବିମାନରେ ଜଣେ ସହଯାତ୍ରୀ ତଥା ୭୦ ବର୍ଷୀୟ ବୃଦ୍ଧାଙ୍କ ଉପରେ ପରିସ୍ରା କରିବା ଅଭିଯୋଗରେ ଶଙ୍କରଙ୍କୁ ଗିରଫ କରିଛି ପୁଲିସ।
ଘଟଣା ପରେ ବିମାନରେ ଜଣେ ୭୦ ବର୍ଷୀୟ ବୃଦ୍ଧାଙ୍କ ଉପରେ ପରିସ୍ରା କରିବା ଘଟଣା ଜାତୀୟସ୍ତରରେ ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା। ଶଙ୍କରଙ୍କର ଏଭଳି ଅସଭ୍ୟ ବ୍ୟବହାରକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିବା ବେଳେ ପୁଲିସ ତାଙ୍କୁ ଗିରଫ ପାଇଁ ଲୁକ ଆଉଟ୍ ସର୍କୁଲାର ଜାରି କରିଥିଲା।
ଗତବର୍ଷ ୨୬ ନଭେମ୍ବରରେ ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଶଙ୍କର ମିଶ୍ରା ପ୍ରଚୁର ମଦ୍ୟପାନ କରି ଜଣେ ମହିଳାଙ୍କ ଉପରେ ପରିସ୍ରା କରିଥିଲେ।