ମା’କୁ ମାରି ପୋଡି ଦେଲା ପୁଅ
ନିମାପଡା ବଳଙ୍ଗା ଥାନା ଗୋପୀନାଥ ପୁର ତେରହଳ ଗାଁରେ ମା ସୁଲୋଚନା ସେନାପତିଙ୍କୁ ମାରିବା ପରେ ପୁଅ ପୋଡି ଦେଇଛି ପୁଅ ଧଡିଆ ସେନାପତି । ଅଧା ପୋଡା ଅବସ୍ଥାରେ ପଡିଛି ଜଣେ ମହିଳାଙ୍କ ଶବ ।
ମୁଣ୍ଡରୁ ଆଣ୍ଠୁ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଜଳି ଯାଇଛି । ଆଣ୍ଠୁ ତଳକୁ ଗୋଡର ଅବଶିଷ୍ଟ ଅଂଶ ପଡି ରହିଛି । ଏହି ଖବର ପାଇବା ପରେ ବଳଙ୍ଗା ପୋଲିସ ଆସି ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି । ମୃତ ଦେହର ଅବଶିଷ୍ଟାଂଶକୁ ପୋଲିସ ଉଦ୍ଧାର କରିବା ସହ ପାଖରେ ପଡିଥିବା ମୋବାଇଲ, କିରୋସିନ୍ ଜାରକୁ ଜବତ କରିଛି ।
ଫରେନସିକ୍ ଟିମ୍ ପହଞ୍ଚି ପାରିପାଶ୍ୱର୍କ ସ୍ଥିତିର ଯାଞ୍ଚ କରିବା ସହ ପୂରା ଅଂଚଳର ଫଟୋଗ୍ରାଫି ଓ ମ୍ୟାପିଂ କରିଛନ୍ତି ।
Related posts:
ଆଜି ବି ଖାଡ଼ା ଉପାସରେ ମହାପ୍ରଭୁ ଲିଙ୍ଗରାଜJanuary 15, 2025
ବିସ୍କୁଟ ପ୍ୟାକେଟରେ ୪ କୋଟିର ନିଶାJanuary 15, 2025
କେନ୍ଦୁଝର ପାଇଁ ବଡ଼ ଘୋଷଣା , ନିର୍ମାଣ ହେବ ମେଗା ଷ୍ଟିଲ ପ୍ଲାଣ୍ଟJanuary 15, 2025
ଜନସାଧାରଣଙ୍କ ପାଇଁ ଖୋଲିଲା ରାଜଭବନ ଉଦ୍ୟାନJanuary 14, 2025
ମଧ୍ୟାହ୍ନ ଭୋଜନରେ ମିଳିବ କ୍ଷୀରJanuary 14, 2025
ଚେତାବନୀ ଦେଲେ ଯୋଗାଣ ଅଧିକାରୀଙ୍କୁJanuary 13, 2025