ମାରଣାସ୍ତ୍ର ଧରି ମହିଳା SIଙ୍କୁ ଗୋଡ଼ାଇଲେ ଦୁର୍ବୃତ୍ତ
ମହିଳା ଅଫିସରଙ୍କୁ ଦୁର୍ବୃତ୍ତମାନେ ଗାଡ଼ିରେ ପିଛା କରିବାରୁ ପୁଲିସ୍ ରିଜର୍ଭ ଗ୍ରାଉଣ୍ଡରେ ପଶି ସେ ନିଜକୁ ବଞ୍ଚାଇ ପାରିଛନ୍ତି। ନୂଆବର୍ଷ ରାତିରେ ପୁଲିସ୍ SI ଶୁଭଶ୍ରୀ ନାୟକ ମହିଳା ଥାନାରୁ ଡ୍ୟୁଟି ସାରି ନିଜ କାର୍ରେ ଘରକୁ ଫେରୁଥିଲେ ।
ଆଚାର୍ଯ୍ୟ ବିହାର ନିକଟ ସାଇନ୍ସ ପାର୍କ ପାଖରେ ତାଙ୍କ କାର୍କୁ ଧକ୍କା ଦେବାକୁ ଚେଷ୍ଟା କରିଥିଲା ଏକ ଇନୋଭା ।
ଏହାପରେ ଶୁଭଶ୍ରୀ ନିଜ ବାଟରେ ଯାଇଥିବା ବେଳେ ଅଭିଯୁକ୍ତମାନେ କିନ୍ତୁ ତାଙ୍କ ପିଛା କରିଥିଲେ । ଏପରିକି ସେମାନଙ୍କ ନିକଟରେ ମାରଣାସ୍ତ୍ର ଥିବା ବେଳେ ସେମାନେ ଶୁଭଶ୍ରୀଙ୍କୁ ଗାଳିଗୁଲଜ କରି ଧମକ ଦେଉଥିଲେ।
ଏହି ଘଟଣା ସାମନାକୁ ଆସିବା ପରେ ଅଭିଯୁକ୍ତଙ୍କୁ ଧରିବାକୁ ଖାନତଲାସୀ ଆରମ୍ଭ କରିଛି ପୁଲିସ୍। ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ ଯାଞ୍ଚ ଚାଲିଥିବା ବେଳେ ଗାଡ଼ିର କିମ୍ବା ଅଭିଯୁକ୍ତମାନଙ୍କର ଟେର ମିଳିପାରିନି।