ମାର୍ଚ୍ଚ ୩୧ରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ, ମେ ୨୮ରେ ଫାଇନାଲ
ଆଇପିଏଲର ଶୁଭାରମ୍ଭ ମାର୍ଚ୍ଚ ମାସ ୩୧ ତାରିଖରୁ ହେବ । ଯେଉଁଥିରେ କି ମୋଟ ୭୦ଟି ଲିଗ୍ ମ୍ୟାଚ୍ ଖେଳାଯିବ ।ଚଳିତ ଥର ଆଇପିଏଲ୍ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ କରିବେ ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ୍ ।
ଆଇପିଏଲର ପ୍ରଥମ ମ୍ୟାଚ୍ ଅହମ୍ମଦାବାଦରେ ଖେଳାଯିବ । ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ଆଇପିଏଲ୍ ୨୦୨୩ ସିଜିନ୍ ପାଇଁ ସିଡ୍ୟୁଲ୍ ଜାରି କରିଛି ।
ଏଥର ତେବେ ମିଳିଥିବା ସୂଚନା ମୁତାବକ ଚଳିତ ବର୍ଷ ଆଇପିଏଲର ଫାଇନାଲ ମ୍ୟାଚ୍ ମେ ମାସ ୨୮ ତାରିଖରେ ଖେଳାଯିବ ।ଟୁର୍ଣ୍ଣାମେଣ୍ଟରେ ଏଥର ୧୦ଟି ଟିମ୍ ରହିବା ସହିତ ୭୦ଟି ଲିଗ୍ ମ୍ୟାଚ୍ ଓ ଏହାହ ପ୍ଲେ-ଅଫ୍ ମ୍ୟାଚ୍ ଦେଖିବାକୁ ମିଳିବ ।