ମିଳିମିଶି ରହିବାକୁ ରାଜି ହ୍ୟୁମାନ ସାଗର ଓ ଶ୍ରୀୟା
କଟକ ମହିଳା ଥାନାରେ ଉଭୟଙ୍କ ମଧ୍ୟରେ ଆପୋଷ ଆଲୋଚନାରେ ବିବାଦର ସମାଧାନ ହୋଇଛି । ମହିଳା ଥାନାରୁ ବାହାରିଲେ ଉଭୟ ହ୍ୟୁମାନ ସାଗର ଓ ଶ୍ରୀୟା । ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର ନାଁରେ ଆସିଥିଲା ଅଭିଯୋଗ ।
ହ୍ୟୁମାନ ସାଗର ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ତାଙ୍କ ପତ୍ନୀ ଶ୍ରୀୟା ଅଭିଯୋଗ କରିଥିଲେ । ଶେଷର ମହିଳା ଥାନାରେ ଅତିଷ୍ଠ ହୋଇ ମହିଳା ଥାନାରେ ହାଜର ହୋଇଥିଲେ ଶ୍ରୀୟା ।ଆଲୋଚନା ପରେ ଉଭୟ ମିଳିମିଶି ରହିବାକୁ ରାଜି ହୋଇଛନ୍ତି ।
ମାସେ ମଧ୍ୟରେ ଉଭୟ ପରସ୍ପର ସହ ଦେଖା କରିବେ। ସମ୍ପର୍କକୁ ଉତ୍ତମ କରିବେ। ପରିବାର ସହିତ ଆଲୋଚନା କରି ଶ୍ରୀୟା ଶାଶୂଘରକୁ ଫେରିବେ। ଉଭୟ ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି । ବୁଝାମଣାରେ ସହଯୋଗ କରିଥିବା ଏସିପି ଅମିତାଭ ମହାପାତ୍ରଙ୍କୁ ଉଭୟ ଧନ୍ୟବାଦ ଜଣାଇଛନ୍ତି ।
Related posts:
ଆଜି ବି ଖାଡ଼ା ଉପାସରେ ମହାପ୍ରଭୁ ଲିଙ୍ଗରାଜJanuary 15, 2025
ବିସ୍କୁଟ ପ୍ୟାକେଟରେ ୪ କୋଟିର ନିଶାJanuary 15, 2025
କେନ୍ଦୁଝର ପାଇଁ ବଡ଼ ଘୋଷଣା , ନିର୍ମାଣ ହେବ ମେଗା ଷ୍ଟିଲ ପ୍ଲାଣ୍ଟJanuary 15, 2025
ଜନସାଧାରଣଙ୍କ ପାଇଁ ଖୋଲିଲା ରାଜଭବନ ଉଦ୍ୟାନJanuary 14, 2025
ମଧ୍ୟାହ୍ନ ଭୋଜନରେ ମିଳିବ କ୍ଷୀରJanuary 14, 2025
ଚେତାବନୀ ଦେଲେ ଯୋଗାଣ ଅଧିକାରୀଙ୍କୁJanuary 13, 2025