ମିଳିଲା ନବ ଦାସଙ୍କୁ ମାରିଥିବା ଗୁଳି , ଚାଲିଛି ଛାନ୍ ବିନ୍
ପୂର୍ବତନ ମନ୍ତ୍ରୀ ନବ ଦାସଙ୍କୁ ଏବେ ଯେଉଁ ଗୁଳିରେ ଜୀବନ ଯାଇଛି ସେ ଗୁଳି ମିଳିଛି। ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ହେବାର ୪ ଦିନ ପରେ ସେହି ଗୁଳିକୁ ଖୋଜିବାରେ ସମର୍ଥ ହୋଇଛି ତଦନ୍ତକାରୀ ଦଳ।
ଫାରୋ- ଥ୍ରୀଡି ସ୍କାନର ମାଧ୍ୟମରେ ବୈଜ୍ଞାନିକ ଅଧିକାରୀ ଓ ବାଲାଷ୍ଟିକ ବିଶେଷଜ୍ଞଙ୍କ ଦ୍ୱାରା ଏହି ଗୁଳିକୁ ଠାବ କରାଯାଇଛି।
ଏହି ଗୁଳି ଏବେ କ୍ରାଇମ୍ବ୍ରାଞ୍ଚ ପାଇଁ ଏକ ବଡ଼ ପ୍ରମାଣ। ଯାହାକୁ ଖୋଜି ପାଇବାକୁ ସେହିଦିନରୁ ବିଭିନ୍ନ ଉପାୟ ଆପଣା ଯାଇଥିବା ବେଳେ ଶେଷରେ ସେ ଗୁଳିଟିକୁ ପାଇଛି କ୍ରାଇମ୍ବ୍ରାଞ୍ଚ୍ ଟିମ୍।