ରାଜ୍ୟ

ରାଜନୀତିର ବାଦଶାହା ପ୍ରଣବ ପ୍ରକାଶ ଦାସ

0
(0)

ବିପଦର ବନ୍ଧୁ । ଜଣେ ଜନପ୍ରତିନିଧି । ଯାଜପୁରର ବିଧାୟକ । ବିଜେଡିର ସାଙ୍ଗଠନିକ ସମ୍ପାଦକ ।


ପ୍ରଣବ ପ୍ରକାଶ ଦାସ । ଏହି ନାଁ ହିଁ ଯଥେଷ୍ଟ । ବିଜେଡି ରାଜନୀତିରେ ସେ ଯେତିକି ପାୱାରଫୁଲ, ଓଡ଼ିଶାର ଚାରିକୋଟି ଲୋକଙ୍କ ପାଖରେ ସେ ସେତିକ ଲୋକପ୍ରିୟ । ସାଙ୍ଗଠନିକ ଦକ୍ଷତା ସହ ବିଶ୍ୱସନୀୟତା ତାଙ୍କ ପରିଚୟ ।

ନିର୍ବାଚନୀ ଗୋଟିଚାଳନା ହେଉ ଅବା ଉପନିର୍ବାଚନ ଷ୍ଟ୍ରାଟେଜି, ସବୁଠି ପ୍ରଣବଙ୍କର ରହିଛି ପତିଆରା ଓ ସଫଳତାର କାହାଣୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅତି ଖାସ ପ୍ରଣବ । ଆଉ ଲୋକଙ୍କ ପାଇଁ ସେ ନୁହଁନ୍ତି ବିଧାୟକ ବରଂ ଅତି ଆପଣାର ବବି ଭାଇ । ବର୍ଷ ୨୦୨୨ରେ ପଦ୍ମପୁର ହେଉ ଅବା ଝାରସୁଗୁଡ଼ା ଉପନିର୍ବାଚନ । ବବିଙ୍କ ଗୋଟି ଚାଳନା ବିରୋଧୀଙ୍କୁ କାବା କରି ଦେଇଛି । ସେହିଭଳି ସଙ୍ଗଠନକୁ ଆହୁରି ସୁଦୃଢ଼ କରିବାରେ ତାଙ୍କ ଭୂମିକା ଓ ଅନ୍ଦାଜ ବିଜେଡି ସୁପ୍ରିମୋଙ୍କୁ ବି ବେଶ ପ୍ରଭାବିତ କରିଛି । ସେଥିପାଇଁ ତ ତାଙ୍କୁ ମିଳିଛି ସଙ୍ଗଠନ ସମ୍ପାଦକ ଦାୟୀତ୍ୱ ।

ହେଲେ ବବିଙ୍କ ଏହି ସଫଳତା ପଛରେ ରହିଛି ତାଙ୍କ ନିଆରା ବ୍ୟକ୍ତିତ୍ୱ । ଭୋଟ ରାଜନୀତିରେ ସିନା ବିରୋଧୀ ସମାଲୋଚନା କରନ୍ତି, ହେଲେ ବ୍ୟକ୍ତିଗତ ଭାବେ ସମସ୍ତଙ୍କର ପ୍ରିୟ ବବି ଭାଇ । ଶାସକ ଦଳରେ ସେ ଜଣେ ଅତି ମିଶାଣିଆ ବ୍ୟକ୍ତିତ୍ୱ । ବରିଷ୍ଠଙ୍କୁ ସମ୍ମାନ, ସହଯୋଗୀଙ୍କୁ ସମର୍ଥନ ଆଉ ନବାଗତଙ୍କ ପାଇଁ ସେ ଜଣେ ପ୍ରେରଣା ।
୨୦୦୯ ମସିହାରେ ବିଧାନସଭାକୁ ଆସିଥିଲେ ପ୍ରଣବ ପ୍ରକାଶ ଦାସ । ରାଜନୀତିର ପୋଖତ ରାଜନୀତିଜ୍ଞ ଅଶୋକ ଦାସଙ୍କ ଏହି ଦାୟାଦ ଆରମ୍ଭରୁ ହିଁ ଦେଇଥିଲେ ନିଜ ଦକ୍ଷତାର ପରିଚୟ । ୨୦୧୪ ମସିହା ନିର୍ବାଚନ ପରେ ତାଙ୍କୁ ମିଳିଥିଲା ମନ୍ତ୍ରୀ ପଦ । ହେଲେ ସଙ୍ଗଠନ ସେବା ପାଇଁ ସେ ମନ୍ତ୍ରୀ ପଦ ବି ଛାଡ଼ିଥିଲେ । ସୁପ୍ରିମୋଙ୍କ ପ୍ରତିଟି ନିର୍ଦ୍ଦେଶକୁ ସଫଳତାର ସହ କାର୍ଯ୍ୟକାରୀ କରିଥିଲେ । ଆଜି ସେ ବିଜେଡିର ସାଙ୍ଗଠନିକ ସମ୍ପାଦକ । ରାଜନୀତିର ଟପରେ ଥାଇ ବି ବେଶ ସରଳ ଓ ପରିଶ୍ରମୀ ବବି ଦାସ ।

ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ଘଟଣାରେ ପଦବୀ ଓ ରାଜନୀତିର ଦାୟୀତ୍ୱରୁ ଉର୍ଦ୍ଧ୍ୱକୁ ଯାଇ ସେ ଦେଇଛନ୍ତି ମାନବିକତାର ପରିଚୟ । ଶୋକାକୂଳ ପରିବାର ସହ ପ୍ରତି ମୂହୁର୍ତ୍ତରେ ଛିଡ଼ା ହୋଇଥିଲେ ପ୍ରଣବ ପ୍ରକାଶ ଦାସ । କେବଳ ଏହି ଗୋଟିଏ ଘଟଣା ନୂହେଁ ଉପାନ୍ତ ଇଲାକାର ଅଭାବି ମଣିଷର ଦରଦି ବନ୍ଧୁ ବି ସେ ସାଜିଛନ୍ତି ।

ସେଥିପାଇଁ ତ ଲୋକଙ୍କ ଭିତରେ ସେ ଯେତିକି ଲୋକପ୍ରିୟ, ପାୱାର କରିଡରରେ ସେତିକି ପାୱାରଫୁଲ । ବର୍ତ୍ତମାନ ଆଗାମୀ ନିର୍ବାଚନରେ ବବିଙ୍କ ଗୋଟିଚାଳନାକୁ ଅନାଇ ରହିଛନ୍ତି ବିରୋଧୀ । ହେଲେ କାହା ବିଷୟରେ କେବେ ପଦେ କହୁନଥିବା ବିବି ଆଜି ବି ନିଜ କାର୍ଯ୍ୟ ଓ ଦାୟୀତ୍ୱକୁ ପାଥେୟ କରି ଆଗେଇ ଚାଲିଛନ୍ତି ।

ଭୁବନେଶ୍ୱରରୁ ଅଭିନ୍ନ ଆଶୁତୋଷ ଶତପଥୀଙ୍କ ରିପୋର୍ଟ ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE

Leave a Reply

Your email address will not be published. Required fields are marked *