ଜାତୀୟ

ରାମଲଲ୍ଲାଙ୍କ ଆସିଲା ପ୍ରଥମ ଫଟୋ

0
(0)

ରାମଲଲ୍ଲାଙ୍କ ଆସିଲା ପ୍ରଥମ ଫଟୋ। ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ଗର୍ଭଗୃହରେ ସ୍ଥାପନ ପରେ ରାମଲଲାଙ୍କ ଏହି ଫଟୋ ସାମନାକୁ ଆସିଛି।ବିଧି ଅନୁସାରେ ଏବେ ପ୍ରଭୁ ରାମଙ୍କ ଚକ୍ଷୁରେ ପଟି ବନ୍ଧାଯାଇଛି । ଆସନ୍ତା ୨୨ ତାରିଖରେ ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କରାଯିବ । ୨୩ ତାରିଖଠାରୁ ମନ୍ଦିରରେ ସାଧାରଣ ଭକ୍ତ ଦର୍ଶନ କରିପାରିବେ । ଗତକାଲି ମନ୍ଦିର ଗର୍ଭଗୃହରେ ରାମଲଲାଙ୍କ ମୂର୍ତ୍ତି ଆସ୍ଥାନରେ ସ୍ଥାପନ କରାଯାଇଥିଲା।

ଏହି ମୂର୍ତ୍ତି ସ୍ଥାପନ କରିବାକୁ ପ୍ରାୟ ୪ ଘଣ୍ଟାରୁ  ଅଧିକ ସମୟ ଲାଗିଥିଲା। ମନ୍ତ୍ର ଉଚ୍ଚାରଣ  ଏବଂ ପୂଜାର୍ଚ୍ଚନା ନୀତିକାନ୍ତି ସହ ଭଗବାନ ରାମଙ୍କ ବିଗ୍ରହକୁ ବିରାଜମାନ କରାଯାଇଥିଲା । ଏହି ଅବସରରେ ଏହି ମୂର୍ତ୍ତି ନିର୍ମାଣ କରିଥିବା ସ୍ଥପତି ଯୋଗୀରାଜ ସମେତ ଅନେକ ସାଧୁସନ୍ଥ ଉପସ୍ଥିତ ଥିଲେ । ମହୀଶୂରର ପ୍ରସିଦ୍ଧ ସ୍ଥପତି ଅରୁଣ ଯୋଗୀରାଜ ପ୍ରଭୁ ରାମଙ୍କ ଏହି ବିଗ୍ରହ ନିର୍ମାଣ କରିଛନ୍ତି । ୫୧ ଇଂଚ୍ ରହିଛି ଏହି ବିଗ୍ରହର ଉଚ୍ଚତା । ବୁଧବାର ଦିନ ମୂର୍ତ୍ତିକୁ ମନ୍ଦିର ପରିସରକୁ ଅଣାଯାଇଥିଲା । ଆସନ୍ତା ୨୨ ତାରିଖରେ ପ୍ରାଣ ପ୍ରତିଷ୍ଠା ଥିବାରୁ ଜୋରସୋରରେ ଚାଲିଛି ପ୍ରସ୍ତୁତି କାର୍ଯ୍ୟ । ମନ୍ଦିର ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE

Leave a Reply