ରାଜ୍ୟ

ରେଡ଼୍ ସ୍ୱସ୍ତିକ୍ ସୋସାଇଟି ପକ୍ଷରୁ ବିଶ୍ୱ କର୍କଟ ଦିବସ ପାଳିତ

0
(0)

ଭୁବନେଶ୍ୱର : ଦେଶର ଅଗ୍ରଣୀ ସମାଜସେବା ସଂଗଠନ ରେଡ଼୍‌ସ୍ୱସ୍ତିକ୍ ସୋସାଇଟି ଓଡ଼ିଶା ଶାଖା ପକ୍ଷରୁ ବିଶ୍ୱ କର୍କଟ ଦିବସ ଅବସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ “ସଂଜୀବନି” ଭୂବନେଶ୍ୱର ସ୍ଥିତ ଗଲ୍‌ଫ୍ କ୍ଲବ୍ ଠାରେ ପାଳିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଅସିତ୍ ତ୍ରିପାଠୀ (ପୂର୍ବତନ ଶାସନ ସଚିବ, ଚେୟାରମ୍ୟାନ୍‌, ପଶ୍ଚିମ ଓଡ଼ିଶା ଉନ୍ନୟନ ପରିଷଦ ତଥା ପ୍ରେସିଡ଼େଣ୍ଟ ଗଲଫ୍ କ୍ଲବ) ଓ ଶ୍ରୀ ଚେନ୍ଦର୍ ଶେଖର ଶର୍ମା (ମୁଖ୍ୟ ସାଧାରଣ ପରିଚାଳକ, ଏସ୍‌.ବି.ଆଇ) ଏବଂ ସମ୍ମାନିତ ଅତିଥି ଭାବେ ଶ୍ରୀ ତପନ ମହାନ୍ତି (ସଂପାଦକ, ଗଲଫ୍ କ୍ଲବ୍‌, ଭୂବନେଶ୍ୱର) ସି.ଏ ରାଜୀବ ସାହୁ (ପ୍ରିନ୍‌ସିପାଲ୍ ପାର୍ଟନର୍‌,SRB) ଓ ଶ୍ରୀ ସିଦ୍ଧାନ୍ତ ମହାପାତ୍ର (ଓଲିଉଡ଼୍ ଅଭିନେତା, ପୂର୍ବତନ ସାଂସଦ) ପ୍ରମୁଖ ଯୋଗଦାନ କରିଥିଲେ ।

ରେଡ଼୍ ସ୍ୱସ୍ତିକ୍ ସୋସାଇଟି ଓଡ଼ିଶା ଶାଖାର ସଭାପତି ଶ୍ରୀ ବିଜୟ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରେଡ଼୍ ସ୍ୱସ୍ତିକ୍ ସୋସାଇଟି ଓଡ଼ିଶା ଶାଖା ପକ୍ଷରୁ ୫ ଜଣ କର୍କଟ ପିଡ଼ିତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ବିଶ୍ୱ ଭିନ୍ନକ୍ଷମ ଦିବସ ଅବସରରେ ପରିମାପ କରାଯାଇଥିବା ୩୦୦ରୁ ଉର୍ଦ୍ଧ ଭିନ୍ନକ୍ଷମ ମାନଙ୍କ ମଧ୍ୟରୁ ୧୦୦ ଜଣଙ୍କୁ କୃତିମ ଅଙ୍ଗପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଅବସରରେ ଏକ ନିଆରା ର‌୍ୟାମ୍ପ ସୋ ପ୍ରଦର୍ଶନ କରାଯାଇଥିଲା ଯେଉଁଥିରେ ଗଲଫ୍ କ୍ଲବ୍‌ର ପ୍ରମୁଖ ସଦସ୍ୟଙ୍କ ସହ ଭିନ୍ନକ୍ଷମ ମାନେ ର‌୍ୟାମ୍ପରେ ନିଜର ଜଲୱା ଦେଖାଇଥିଲେ ।

ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ସହ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଯଥା-ପୁଲିସ୍‌, ଡ଼ାକ୍ତର, କ୍ରୀଡ଼ା, ସମାଜସେବା, କ୍ୟାନ୍‌ସର୍‌କୁ ପରାସ୍ତ କରିଥିବା ବ୍ୟକ୍ତିବିଶେଷ, ଦିବ୍ୟାଙ୍ଗ, ସଂଚାଳକ, ନୃତ୍ୟ, ପରିଚାଳନା, ଉଦ୍ୟୋଗୀ, ଚଳଚ୍ଚିତ୍ର କ୍ଷେତ୍ରରେ ନିଜର ଅବଦାନ ଦେଇଥିବା ବ୍ୟକ୍ତି ବଶେଷଙ୍କୁ ସ୍ୱତନ୍ତ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ରେଡ଼୍ ସ୍ୱସ୍ତିକ୍ ସୋସାଇଟି ସମ୍ପାଦକ ଶ୍ରୀ ଦେବାଶିଷ ପଟ୍ଟନାୟକ ପରିଚାଳନା କରିବା ସହ ରେଡ଼୍ ସ୍ୱସ୍ତିକ୍ ସୋସାଇଟି ଦିର୍ଘ ୨୨ ବର୍ଷ ଧରି କର୍କଟ ପିଡ଼ିତ ଓ ଭିନ୍ନକ୍ଷମମାନଙ୍କ ବହୁବିଧ କଲ୍ୟାଣ ନିମନ୍ତେ କାର୍ଯ୍ୟ କରିଆସୁଛି ।

ତତ୍‌ସହିତ ଆଗାମୀ ଦିନରେ ଏହି ପ୍ରୟାସ ଜାରି ରହିବ ଓ ସେବାକୁ ପ୍ରଶସ୍ତ କରିବା ସହିତ କର୍କଟ ପିଡ଼ିତଙ୍କ ଦ୍ୱାର ଦେଶରେ କିପରି ଉତ୍କୃଷ୍ଟ ସେବା ପହଞ୍ଚିପାରିବ ସେ ନେଇ ପ୍ରୟାସ ଜାରି ରହିବ ବୋଲି ମତ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ରେଡ଼୍ ସ୍ୱସ୍ତିକ୍ ସୋସାଇଟି ପ୍ରମୁଖ ସଦସ୍ୟ ମଧ୍ୟରେ ସାଗର ମିଶ୍ର, ଗିତିକା ପଟ୍ଟନାୟକ, ରିମ୍‌ଝିମ୍ ପାତ୍ର, କୁନାଲ୍ କିଶୋର ଦାସ, ପ୍ରମୋଦ ପାତ୍ର, ସଂଯୁକ୍ତା ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ଥିଲେ ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE

Leave a Reply