ଜାତୀୟ

ଲିଭ୍-ଇନ୍ ରିଲେସନର କର ପଂଜୀକରଣ

0
(0)

ଉତ୍ତରାଖଣ୍ଡରେ ଲିଭ୍-ଇନ୍ ରିଲେସନସିପରେ ରହିବାକୁ ଚାହୁଁଥିଲେ କରିବାକୁ ପଡ଼ିବ ପଞ୍ଜୀକରଣ। ରେଜିଷ୍ଟ୍ରେସନ୍ ନକଲେ ପ୍ରେମୀ ଯୁଗଳଙ୍କୁ ୬ମାସ ପର୍ଯ୍ଯନ୍ତ ଜେଲ୍ ଦଣ୍ଡ ବା ୨୫ହଜାର ଟଙ୍କା ଜରିମାନା ଦେବାକୁ ପଡିପାରେ। ପଞ୍ଜୀକରଣ ରସିଦ୍ ଦେଖାଇ ସେମାନଙ୍କୁ ଭଡ଼ାରେ ଘର, ହଷ୍ଟେଲ୍ ବା ପିଜି ମିଳିପାରିବ। ଉତ୍ତରାଖଣ୍ଡ ଏକକ ନାଗରିକ ସଂହିତା ବା ୟୁସିସି ଆଇନରେ ପରିଣତ ହେଲେ ଏହା ବାଧ୍ଯତାମୂଳକ ହେବ। ୨୧ ବର୍ଷରୁ କମ୍ ବୟସର ଯୁବକ ଯୁବତୀ ଏକାଠି ରହିବାକୁ ଚାହିଁଲେ ଅଭିଭାବକଙ୍କ ଅନୁମତି ଆବଶ୍ଯକ।

ଏପରିକି ଉତ୍ତରାଖଣ୍ଡ ନିବାସୀ ରାଜ୍ଯ ବାହାରେ ମଧ୍ଯ ଲିଭ୍-ଇନରେ ରହିଲେ ସେମାନଙ୍କୁ ପଂଜୀକରଣ କରିବାକୁ ପଡିବ। ପୂର୍ବରୁ ବିବାହିତ କିମ୍ବା ଅନ୍ଯ କାହା ସହ ଲିଭ୍-ଇନରେ ରହୁଥିଲେ ପଂଜୀକରଣ କରାଯିବ ନାହିଁ। ପଂଜୀକୃତ ୱେବସାଇଟରେ ଲିଭ୍-ଇନ୍ ରିଲେସନ୍ ନେଇ ପଂଜୀକରଣ କରିବାକୁ ପଡିବ। ଲିଭ୍-ଇନ୍ ସଂପର୍କ ଶେଷ କରିବା ନେଇ ମଧ୍ଯ ଲିଖିତ ଭାବେ ଜଣାଇବାକୁ ପଡିବ। ଏହାଦ୍ବାରା ଲିଭ୍-ଇନ ସଂପର୍କରୁ ଜନ୍ମ ହୋଇଥିବା ସନ୍ତାନକୁ ଆଇନଗତ ସ୍ବୀକୃତି ମିଳିବ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE

Leave a Reply