ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ
ଆନ୍ଧ୍ରପ୍ରଦେଶର ନିକଟବର୍ତ୍ତୀ ହେଉଛି ବାତ୍ୟା । ଗତ ୬ ଘଣ୍ଟାରେ ଘଣ୍ଟା ପ୍ରତି ୧୨ କିଲୋମିଟର ବେଗରେ ଉପକୂଳ ମୁହାଁ ଅଗ୍ରସର ହେଉଛି ବାତ୍ୟା । ସ୍ଥଳଭାଗ ଛୁଇଁଲା ବେଳକୁ ପବନର ବେଗ ୧୦୦ କିଲୋମିଟର ବା ସର୍ବାଧିକ ୧୧୦ କିଲୋମିଟର ହୋଇପାରେ । ବାତ୍ୟା ପ୍ରଭାବରେ ମାଲକାନଗିରି, ଗଜପତି, ରାୟଗଡା, ଝାରସୁଗୁଡା, ସମ୍ବଲପୁରରେ ବର୍ଷା ହୋଇଛି । ଲ୍ୟାଣ୍ଡଫଲ ପରେ ଆଜି ଦକ୍ଷିଣ ଓଡ଼ିଶାରେ ଭାରି ବର୍ଷା ହେବ । ସମୁଦ୍ର ମଧ୍ୟରେ ୩୫ରୁ ୪୫ କିଲୋମିଟର ବେଗରେ ପବନ ବହିବ । ଓଡ଼ିଶାରେ ବାତ୍ୟାର ପ୍ରଭାବ ନହେଲେ ମଧ୍ୟ ବର୍ଷାର ପ୍ରଭାବ ଦେଖିବାକୁ ମିଳିବ । ଆସନ୍ତାକାଲି ପର୍ଯ୍ୟନ୍ତ କୋହଲା ପାଗ ଜାରି ରହିବ ।