କଳା ଓ ସଂସ୍କୃତିସଂସ୍କୃତି

ଶରୀରରେ ମନ୍ଦିର ବନାଇଛନ୍ତି ଏହି ସମ୍ପ୍ରଦାୟର ଲୋକେ…

0
(0)

ଆଜିରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା । ସାରା ଦେଶରେ ଉତ୍ସୁକତା । ଶ୍ରୀରାମଙ୍କ ପ୍ରତି ନିଜର ଭକ୍ତି ପ୍ରଦର୍ଶନ କରିବାକୁ ଲୋକେ ଭିନ୍ନ ଭିନ୍ନ ମାଧ୍ୟମ ଆପଣାଉଛନ୍ତି । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏମିତି ଏକ ସମ୍ପ୍ରଦାୟ ଅଛନ୍ତି ଯେଉଁମାନେ ନିଜ ଶରୀରରେ ହିଁ ଶ୍ରୀରାମଙ୍କ ପବିତ୍ର ମନ୍ଦିରର ଟାଟୁ କରିଛନ୍ତି । ଏଭଳି ସମ୍ପଦାୟ ହେଉଛି ‘ରାମନାମୀ’ ସମ୍ପ୍ରଦାୟ, ଯାହା ମଧ୍ୟପ୍ରଦେଶ, ଛତିଶଗଡ ଓ ଝାରଖଣ୍ଡରେ ବସବାସ କରନ୍ତି ।

ଏହି ସମ୍ପଦାୟର ଲୋକେ ନିଜର ପୁରା ଶରୀରରେ ଶ୍ରୀରାମ ନାମକୁ ଚିତା ମାଧ୍ଯମରେ ଲେଖିଛନ୍ତି  ।ଏମାନେ କେବଳ ରାମଚରିତ ମାନସ ଓ ରାମାୟଣ ପୁରାଣକୁ ପୂଜା କରନ୍ତି । ଏହି ସମ୍ପଦାୟର ଲୋକେ ନା କେଉଁ ମନ୍ଦିରକୁ ଯାଆନ୍ତି ନା ଶ୍ରୀରାମଙ୍କ ପୂଜା କରନ୍ତି । କାରଣ ଏହି ସମ୍ପଦାୟର ମାନ୍ୟତା ଅନୁସାରେ, ଶ୍ରୀରାମ କୌଣସି ମନ୍ଦିର କିମ୍ବା ମୂର୍ତ୍ତିରେ ସୀମିତ ନାହାଁନ୍ତି । ସେ ପ୍ରତି ଜୀବନରେ ଅଛନ୍ତି ।

୧୮୯୦ ମସିହାରେ ଏହି ସମାଜ ଗଠନ ହୋଇଥିଲା । ଏହା ପଛରେ ରହିଛି ଏକ କାରଣ । ଦଳିତ ହୋଇଥିବାରୁ ସେ ସମୟରେ ଏମାନଙ୍କୁ ଶ୍ରୀରାମଙ୍କ ମନ୍ଦିରରେ ପ୍ରବେଶ କରିବାକୁ ଦିଆଯାଉନଥିଲା । ସବୁ ଧାର୍ମିକ କାର୍ଯ୍ୟ ପ୍ରତି କଟକଣା କରଯାଉଥିଲା । ତେଣୁ ସେତେବେଳର ଜଣେ ଦଳିତ ବ୍ୟକ୍ତି ପର୍ଶୁରାମ ଏହି ସମାଜର ଗଠନ ପାଇଁ ଆଗକୁ ବଢିଥିଲେ ।

ତାଙ୍କ କହିବା ଅନୁସାରେ ଈଶ୍ୱର ସବୁ ସ୍ଥାନରେ ସମସ୍ତଙ୍କ ଶରୀରରେ ଅଛନ୍ତି । ଶ୍ରୀରାମ ମନୁଷ୍ୟର ପ୍ରତି ଧମନୀରେ ରହିଛନ୍ତି । ତାଙ୍କୁ ଅନୁଭବ କରିବାକୁ ପଡିବ । ସକାଳୁ ଉଠିଲେ ରାମ ନାମ ଓ ମଣିଷର ଶେଷ ସମୟରେ ମଧ୍ୟ ରାମ ନାମ କୁହାଯାଏ । ତେଣୁ ଏହି ସମାଜ ସେବେଠୁ ନିଜ ମନପ୍ରାଣ, ଶରୀରକୁ ଶ୍ରୀରାମଙ୍କୁ ସମର୍ପିତ କରି ବଞ୍ଚିଆସୁଛନ୍ତି ।

 

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE

Leave a Reply

Your email address will not be published. Required fields are marked *