ରାଜ୍ୟ

ଶୁଭାରମ୍ଭ ହେଲା ଟିପିସିଓଡିଏଲ୍‌ର ସ୍ବତନ୍ତ୍ର ସ୍କିମ୍‌

0
(0)

ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ ପକ୍ଷରୁ ନିକଟରେ ଏକ ସ୍ବତନ୍ତ୍ର ସ୍କିମ୍‌ର ଶୁଭାରମ୍ଭ କରାଯାଇଛି। ବିଶେଷ କରି ବିଦ୍ୟୁତ୍‌ ଚୋରି ଅଭିଯୋଗରେ ଯେଉଁମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି, ସେମାନଙ୍କ ପାଇଁ ଚୋରି ମୂଲ୍ୟାଙ୍କନ ଦେୟର ଫଇସଲା କରିବା ଲାଗି ଟିପିସିଓଡିଏଲ୍‌ ପକ୍ଷରୁ ଏଭଳି ଏକ ଯୋଜନା ଆରମ୍ଭ ହୋଇଛି।

ଏ ସମ୍ପର୍କରେ ଟିପିସିଓଡିଏଲ୍‌ର ସିଇଓ ଏମ୍‌.ସେନ୍‌ବାଗମ କହିଛନ୍ତି, ଏକ ଦାୟିତ୍ୱବାନ ବିଦ୍ୟୁତ୍‌ ୟୁଟିଲିଟି ଭାବେ ଆମ ଗ୍ରାହମାନଙ୍କ ଉପରେ ବିଦ୍ୟୁତ୍‌ ଚୋରି ଜନିତ ଖର୍ଚର ବୋଝ ଯେଭଳି ନପଡ଼ିବ ତାହା ନିଶ୍ଚିତ କରିବା ହେଉଛି ଆମର ଦାୟିତ୍ୱ। ଏହି ସ୍ବତନ୍ତ୍ର ସ୍କିମ୍‌ ଜରିଆରେ ବକେୟା ଦେୟକୁ ନିୟମିତ କରିବା ଏବଂ ଏକ ନୂଆ ସଂଯୋଗ ନେବାର ସୁଯୋଗ ପ୍ରଦାନ କରୁଛି।

ସେହିଭଳି ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ ଲାଗି ଟିପିସିଓଡିଏଲ୍‌ ପ୍ରତିବଦ୍ଧ ରହିଛି, ଏପରିକି ବିଦ୍ୟୁତ୍‌ ଚୋରିକୁ ହ୍ରାସ କରିବା ଏବଂ ଗୁଣାତ୍ମକ ଓ ଭରସାଯୋଗ୍ୟ ବିଦ୍ୟୁତ୍‌ ଯୋଗାଣରେ ଉନ୍ନତି ଆଣିବା ଲାଗି ସବୁ ପ୍ରକାର ଉଦ୍ୟମ କରୁଛି ବୋଲି ସେନ୍‌ବାଗମ ମତବ୍ୟକ୍ତ କରିଛନ୍ତି।

ଏହି ସ୍ବତନ୍ତ୍ର ସ୍କିମ୍‌ ଜରିଆରେ କମ୍ପାନୀ ପକ୍ଷରୁ ବିଦ୍ୟୁତ୍‌ ବିଲ୍‌ ଉପରେ ସ୍ବାଭାବିକତାଠାରୁ ଅଧିକ ରିହାତି ପ୍ରଦାନ କରାଯାଉଛି। ଯାହା ଚଳିତ ବର୍ଷ ଫେବୃୟାରୀ ଓ ମାର୍ଚ୍ଚ ପାଇଁ ବୈଧ ରହିବ। ମୂଲ୍ୟାଙ୍କନ ହୋଇଥିବା ଖିଲାପକାରୀମାନଙ୍କୁ ନିକଟସ୍ଥ ବିଦ୍ୟୁତ୍‌ ସବ୍‌-ଡିଭିଜନ ଅଫିସକୁ ଯିବାକୁ ପଡ଼ିବ ଏବଂ ସେମାନଙ୍କ ବକେୟା ଦେୟକୁ ନିୟମିତ କରିବାକୁ ପଡ଼ିବ।

ଯଦି ଏହି ଗ୍ରାହକମାନେ ଚୋରି ଜନିତ ଜରିମାନା ଦେବେ ନାହିଁ ଓ ନୂଆ ସଂଯୋଗ ପାଇଁ ଆଇନଗତ ପନ୍ଥା ଗ୍ରହଣ କରିବେ ନାହିଁ ତେବେ ଭାରତୀୟ ବିଦ୍ୟୁତ୍‌ ନିୟମ ୨୦୦୩ର ଧାରା ୧୩୫ରେ ଟିପିସିଓଡିଏଲ୍‌ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହେବ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE

Leave a Reply

Your email address will not be published. Required fields are marked *