ରାଜ୍ୟ

ଶେଷ ଯାତ୍ରାରେ ନବ କିଶୋର ଦାସ , ଦିଆଗଲା ଗାର୍ଡ ଅଫ୍ ଅନର

0
(0)

ବାସଭବନରେ ଶେଷ ଦର୍ଶନ କଲେ ରାଜ୍ୟପାଳ । ମରଶରୀରରେ ପୁଷ୍ପଗୁଚ୍ଛ ଦେଇ ଶେଷ ଦର୍ଶନ କରିଛନ୍ତି । ସେହିପରି ଦଳୀୟ କାର୍ଯ୍ୟାଳୟରେ ନେତା ଓ କର୍ମୀ କଲେ ଶେଷ ଦର୍ଶନ କରି ପୁଷ୍ପଗୁଚ୍ଛ ପ୍ରଦାନ କରିଛନ୍ତି । ସେହିପରି ନବୀନ ପଟ୍ଟନାୟକ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କର ତାଙ୍କର ସରକାରୀ ବାସଭବନରେ ଶେଷ ଦର୍ଶନ କରିଛନ୍ତି । ସେ ନବଙ୍କ ମରଶରୀରରେ ପୁଷ୍ପଗୁଚ୍ଛ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ତାଙ୍କ ସହ ୫ଟି ସଚିବ ଭି କେ ପାଣ୍ଡିଆନ୍ ମଧ୍ୟ ଅନ୍ତିମ ଦର୍ଶନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଘର ଭିତରକୁ ଯାଇ ପରିବାରର ସଦସ୍ୟଙ୍କୁ ସମବେଦନା ଜଣାଇଥିଲେ ।ନବ ଦାସଙ୍କୁ ଗାର୍ଡ ଅଫ୍ ଅନର । ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ଗାର୍ଡ ଅଫ୍ ଅନର ଦିଆଯାଇଛି । କିଛି ସମୟ ପରେ ନବ ଦାସଙ୍କ ପାର୍ଥିବ ଶରୀରକୁ ବିଜେଡି ଅଫିସ ନିଆଯିବ ।

ଶ୍ରଦ୍ଧାଞ୍ଜଳି ପରେ ଭୁବନେଶ୍ୱର ବିମାନବନ୍ଦର ନିଆଯାଇ ସେଠାରୁ ସ୍ୱତନ୍ତ୍ର ହେଲିକପଟରରେ ଝାରୁସୁଗୁଡା ନିଆଯିବ । ଏହାପରେ ନିଜ କର୍ମମାଟିରେ ତାଙ୍କର ଶେଷକୃତ୍ୟ ହେବ । ନବ ଦାସଙ୍କ ମୃତ୍ୟୁ ପରେ ୩ ଦିନିଆ ଶୋକ ପାଳନ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । କର୍ମମାଟିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଅନ୍ତିମ ସଂସ୍କାର ।

ଶେଷକୃତ୍ୟ ସମ୍ପନ୍ନ ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ତିନି ଜଣ ମନ୍ତ୍ରୀ ଉପସ୍ଥିତ ରହିବେ । ସେମାନେ ହେଲେ ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ଟୁକୁନି ସାହୁ ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE

Leave a Reply

Your email address will not be published. Required fields are marked *