ସଫଳ ଶିଳ୍ପପତି :ପ୍ରଭାବଶାଳୀ ରାଜନେତା
ଦିଲୀପ ରାୟ । ହୋଟେଲ ଶିଳ୍ପ ଜଗତରେ ଜଣେ ବ୍ରାଣ୍ଡ । ରାଜନୀତିରେ ସମସ୍ତଙ୍କର ଅତି ଆପଣାର । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କ ଜନ୍ମଦିନରେ ଏହାର ଝଲକ ସାରା ଓଡ଼ିଶା ଦେଖିସାରିଛି । ଦଳମତ ନିର୍ବିଶେଷରେ ଅନେକ ତୁଙ୍ଗ ନେତା ଏକାଠି ହୋଇ ଦିଲୀପଙ୍କ ବାର୍ଥ ଡେ ପାର୍ଟି ସେଲିବ୍ରେଟ କରିଥିଲେ । ଦିଲୀପ ଅନେକ ବର୍ଷ ଧରି ବିଜେଡିଠାରୁ ଦୂରରେ ରହିଥିଲେ ବି ତାଙ୍କ ଜନ୍ମଦିନ ଆୟୋଜନରେ ନିଜ ଆଡ଼ୁ ସାମିଲ ହୋଇଥିଲେ ଅନେକ ହେବିୱେଟ ନେତା । ଅନେକ ସଙ୍ଗଠନ ଯେଉଁଭଳି ଢ଼ଙ୍ଗରେ ତାଙ୍କ ଜନ୍ମଦିନ ପାଳନ କଲେ, ସେଥିରୁ ସ୍ପଷ୍ଟ ତାଙ୍କ ଲୋକପ୍ରିୟତା ।
ଓଡ଼ିଶା ରାଜନୀତିରେ ବଜୁ ବାବୁଙ୍କ ଅତି ଖାସଥିଲେ ଦିଲୀପ ରାୟ । ୧୯୮୫ରେ ରାଉରକେଲା ପøରପରିଷଦର ଚେୟାରମ୍ୟାନ ନିର୍ବାଚିତ ହୋଇ ରାଜନୀତିରେ ସେ ନିଜର ମୂଳଦୂଆ ପକାଇଥିଲେ । ସେବେଠୁ ସେ ଆଉ କେବେ ପଛକୁ ଫେରି ଚାହିଁ ନାହାଁନ୍ତି । ୯୦ଦଶକରେ କେନ୍ଦ୍ରମନ୍ତ୍ରୀ ବି ରହିସାରିଛନ୍ତି ଏହି ପ୍ରଭାବଶାଳୀ ରାଜନେତା । ବିଜେଡି ପ୍ରତିଷ୍ଠାରେ ବି ଥିଲା ତାଙ୍କର ବଡ଼ ଭୂମିକା । ହେଲେ ୨୦୦୦ ମସିହା ବେଳକୁ ଦିଲୀପ ଓ ବିଜେଡି ଭିତରେ ଫାଟ ସୃଷ୍ଟି ହେଲା । ନବୀନଙ୍କ ଠାରୁ ବଢ଼ିଥିଲା ତାଙ୍କ ଦୂରତା । କିନ୍ତୁ ଥମିନଥିଲେ ଏହି ରାଜନେତା । ବିଜେଡି ବାହାରେ ରହି ବି ସେ ରାଜ୍ୟସଭା ରେସରେ ବାଜିମାତ କଲେ । ୨୦୧୪ରେ ବିଜେପି ଟିକେଟରୁ ର୍ନିବାଚନ ଳଢ଼ି ରାଉରକେଲା ବିଧାୟକ ବି ହେଲେ । ଅବଶ୍ୟ ୨୦୧୯ ପରେ ପ୍ରତ୍ୟକ୍ଷ ରାଜନୀତିରୁ ତାଙ୍କର ଦୂରତା ବାରି ହୋଇ ପଡ଼ିଥିଲା ।
କିନ୍ତୁ ବର୍ଷ ୨୦୨୩ ଆରମ୍ଭରୁ ପୁଣିଥରେ ଚର୍ଚ୍ଚାକୁ ଆସିଛି ଦିଲୀପ ରାୟଙ୍କ ପତିଆରା । ତାଙ୍କ ଜନ୍ମଦିନ ଉତ୍ସବରେ ବିଜେଡିର ପାୱାରଫୁଲ ନେତାଙ୍କ ଯୋଗଦାନ ହେଉ କିମ୍ବା ହକି ଦେଖିବା ପାଇଁ ବିଜେଡି ସାଙ୍ଗଠନିକ ସମ୍ପାଦକଙ୍କ ନିମନ୍ତ୍ରଣ । ଏଥିରୁ ସ୍ପଷ୍ଟ କେତେ ପ୍ରଭାବଶାଳୀ ଏହି ରାଜନେତା ।
କେବଳ ରାଜନେତା ଭାବରେ ନୂହେଁ ଶିଳ୍ପପତି ଭାବେ ବି ବେଶ ସଫଳ ଦିଲୀପ ବାବୁ । ମେ ଫେୟାର ଗ୍ରୁପ ଅଫ ହୋଟେଲ୍ସର ପ୍ରତିଷ୍ଠାତା ଭାବେ ସେ ଅର୍ଜନ କରିଛନ୍ତି ଅଜସ୍ର ସଫଳତା । ଦେଶ ଓ ଦେଶ ବାହାରେ ହୋଟେଲ ଶିଳ୍ପରେ ଦିଲୀପ ରାୟ ଜଣେ ବ୍ରାଣ୍ଡ । ବିଭିନ୍ନ ରାଜ୍ୟ ସହ ଦେଶ ବାହାରେ ବି ରହିଛିି ତାଙ୍କ ବ୍ୟବସାୟ । ସବୁଠୁ ରୋଚକ କଥା ହେଲା ସାରା ଦେଶରେ ଥିବା ମେ ଫେୟାର ହୋଟେଲ୍ସରେ ୮୦ ପ୍ରତିଶତ କର୍ମଚାରୀ ହେଉଛନ୍ତି ଓଡ଼ିଆ । ରାଜ୍ୟବାସୀଙ୍କ ପାଇଁ ଯେ ସେ ନିଯୁକ୍ତିର ଏକ ବଡ଼ ସମ୍ଭାବନା ତିଆରି କରିପାରିଛନ୍ତି ।
ବ୍ୟକ୍ତିଗତ ଜୀବନରେ ଉଚ୍ଚ ଶିକ୍ଷିତ, ରାଜ୍ୟ ଓ ଜାତୀୟ ରାଜନୀତିରେ ଚର୍ଚ୍ଚିତ, ଶିଳ୍ପ ଜଗତରେ ଅପ୍ରତିଦ୍ୱନ୍ଦୀ ଦିଲୀପ । ଏତେ ସଫଳତା ପରେ ବି ତାଙ୍କ ଆଚରଣ ଓ ଉଚ୍ଚାରଣ ବେଶ ନମ୍ର । ତାଙ୍କ ଦରଦୀ ମନ ଓ ସରଳତା ଶତ୍ରୁକୁ ବି ମିତ୍ର କରିଦେବ । ସେଥିପାଇଁ ତ ଆଜି ବି ଦମଦାର ଓ ସାନଦାର ଦିଲୀପ ରାୟ ।
ବ୍ୟୁରୋ ରିପୋର୍ଟ ଦ ଇଂଟରଭ୍ୟୁ ଟାଇମ୍ସ