ସରକାରୀ ସ୍କୁଲ ପିଲାଙ୍କୁ ଦିଆଯିବ ନୋଟବୁକ
ଏଣିକି ଘରୋଇ ସ୍କୁଲ ଭଳି ସରକାରୀ ସ୍କୁଲ ପିଲାଙ୍କୁ ନୋଟବୁକ ଦିଆଯିବ। ନୋଟବୁକରେ ପିଲାଙ୍କୁ ହୋମ ୱାର୍କ ଓ ଶିକ୍ଷକମାନେ କଣ ପାଠ ପଢାଉଛନ୍ତି, ତାହା ଉଲ୍ଲେଖ ରହିବ, ଯାହାଫଳରେ ଅଭିଭାବକମାନେ ଜାଣିପାରିବେ ପିଲା କଣ ପଢୁଛି ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଆସନ୍ତା ମାର୍ଚ୍ଚ ୧ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବ।
ସମସ୍ତ ପ୍ରସ୍ତୁତି ସରିଛି, ପ୍ରଶ୍ନପତ୍ର ହବରେ ପହଞ୍ଚିଛି। ଯୁକ୍ତ ୨ ପରୀକ୍ଷା ଲାଗି ପ୍ରସ୍ତୁତି ଶେଷ ହୋଇଛି। ଏଥିପାଇଁ ସବୁ ପ୍ରସ୍ତୁତି କରାଯାଇଛି। କିନ୍ତୁ କିଛି ଅଧ୍ୟାପକ ଦାବି ପୂରଣ ନ ହେଲେ ପରୀକ୍ଷା ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି।
ଏକଥା ଆମ ନଜରକୁ ଆସିଛି।
ଆମେ ଅନୁରୋଧ କରିବୁ ଅଧ୍ୟାପକଙ୍କୁ ଆଲୋଚନା ମାଧ୍ୟମରେ ସମାଧାନ କରାଯାଉ। ମାର୍ଚ୍ଚ ୧୦ରେ ମାଟ୍ରିକ ପରୀକ୍ଷା। ସଠିକ ଭାବେ ପରୀକ୍ଷା ପରିଚାଳନା ହେବ।