ସରକାର ଦାବି ଶୁଣୁ ନ ଥିବାରୁ ଗର୍ଜିଲେ ଚାଷୀ
ସରକାର ଦାବି ଶୁଣୁ ନ ଥିବାରୁ ବିନା କୌଣସି ସୂଚନାରେ ଆଜି ସକାଳୁ ଅତର୍କିତ ଭାବେ ନବୀନ ନିବାସ ଆଡ଼େ ମାଡ଼ିଗଲେ ଶତାଧିକ ଚାଷୀ । ଆନ୍ଦୋଳନକାରୀ ଚାଷୀଙ୍କୁ ରାସ୍ତାରୁ ହଟାଇବାକୁ ପୁଲିସ୍କୁ ନାକେଦମ ହେବାକୁ ପଡ଼ିଲା ।
ସୁରକ୍ଷା ବ୍ୟବସ୍ଥାରେ ଥିବା ପୁଲିସ୍ ସଂଖ୍ୟାଠାରୁ ବିକ୍ଷୋଭକାରୀ ଚାଷୀଙ୍କ ସଂଖ୍ୟା ଅଧିକ ଥିବାରୁ ସେମାନଙ୍କୁ କାବୁ କରିବାକୁ ପୁଲିସ୍କୁ ନାକେଦମ ହେବାକୁ ପଡ଼ିଲା।
ମଣ୍ଡିରେ କଟନୀ ଛଟନୀକୁ ଚାଷୀମାନେ କଡା ବିରୋଧ କରୁଥିବା ବେଳେ ମିଲର୍ସ ଓ ମଣ୍ଡି ଅବ୍ୟବସ୍ଥାକୁ ନେଇ ଦୀର୍ଘ ଦିନ ହେଲା ଖୁବ୍ କ୍ଷୁବ୍ଧ ଥିଲେ।
ସରକାର ସେମାନଙ୍କ ଦାବି ଶୁଣୁ ନ ଥିବା ଅଭିଯୋଗ କରି ଆସୁଥିବା ଚାଷୀ ଆଜି ସକାଳୁ ସକାଳୁ ନବୀନ ନିବାସ ଆଡ଼େ ମାଡ଼ି ଆସିଲେ।