ସାବତ ପୁଅର ତଣ୍ଟି କାଟି ଶିଳ୍ପୀଙ୍କ ଆତ୍ମହତ୍ୟା ଘଟଣା, ବନ୍ଧା ହେଲେ ସ୍ୱାମୀ
୨ ବର୍ଷର ସାବତ ପୁଅର ତଣ୍ଟି କାଟିବା ସହ ଝୁଲି ପଡ଼ିଥିଲେ ଜଣେ ମହିଳା ।
ଏହି ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଏଥିରେ ସମ୍ପୃକ୍ତି ଅଭିଯୋଗରେ ମଧୁପାଟଣା ଥାନା ପୁଲିସ୍ ତାଙ୍କ ସ୍ୱାମୀ ସନ୍ତୋଷ ଖୁଣ୍ଟିଆଙ୍କୁ ଗିରଫ କରିଛି।
ମୃତ ଶିଳ୍ପୀ ଖୁଣ୍ଟିଆଙ୍କ ବାପ ଘର ଲୋକଙ୍କ ଅଭିଯୋଗ ଆଧାରରେ ଗତକାଲି ପୁଲିସ୍ ସନ୍ତୋଷଙ୍କୁ ଅଟକ ରଖିଥିବା ବେଳେ ଆଜି ଗିରଫ କରିଛି। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ।
ଏହି ଘଟଣାରେ ସନ୍ତୋଷଙ୍କ ବାପାମା’ଙ୍କ ନାମରେ ବି ଅଭିଯୋଗ ହୋଇଥିବା ବେଳେ ପୁଲିସ୍ ସେମାନଙ୍କୁ ବି ପଚରାଉଚରା କରିବ ବୋଲି ଜଣାପଡ଼ିଛି।
