ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ପ୍ରାଧିକରଣ ପ୍ରକଳ୍ପକୁ ମିଳିଛି ମଞ୍ଜୁରୀ ,ମିଳିବ ନିଯୁକ୍ତି ସୁଯୋଗ
ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ପ୍ରାଧିକରଣ ବୈଠକରେ ମୋଟ ୯ଟି କ୍ଷେତ୍ରର ୪୧୮୩କୋଟି ଟଙ୍କାର ୧୬ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି ।
ଏହା ଦ୍ୱାରା ରାଜ୍ୟରେ ୧୨୯୭୩ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ ।
ଆଜି ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ପାଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରୁ ୬ଟି ଖୋର୍ଦ୍ଧା ଜିଲ୍ଲାରେ ସ୍ଥାପନ ହେବାକୁ ଥିବାବେଳେ ୩ଟି ପୁରୀ, ୨ଟି କୋରାପୁଟ ଓ ଗୋଟିଏ ଲେଖାଏଁ ଧାମରା, କଟକ, ଭଦ୍ରକ, ମୟୂରଭଞ୍ଜ ଓ ଅନୁଗୁଳରେ ସ୍ଥାପନ ହେବ।
ପେପର, କାଠ ଓ ଜଙ୍ଗଲଜାତ ଦ୍ରବ୍ୟ, ଫୁଡ୍ ପ୍ରୋସେସିଂ, ଟେକ୍ସଟାଇଲ, ପରିଧାନ, ଟେକନିକାଲ ଟେକ୍ସଟାଇଲ, ମେଟାଲ ଆନ୍ସିଲାରୀ ଓ ଡାଉନଷ୍ଟ୍ରିମ, ପଲିମର ଓ ପ୍ଲାଷ୍ଟିକ ପ୍ରଡକ୍ଟ, ପ୍ଲାଷ୍ଟିକ, ୱେଷ୍ଟ ମ୍ୟାନେଜମେଂଟ, ସର୍କୁଲାର ଇକୋନୋମି, କେମିକାଲ, ଟୁରିଜିମ୍ ଓ ସିମେଂଟ କ୍ଷେତ୍ରରେ ଏହି ନିବେଶ ହେବ।