ଜାତୀୟ

ସୁପ୍ରିମକୋର୍ଟରେ ୫ ନୂଆ ବିଚାରପତିଙ୍କ ଶପଥ ଗ୍ରହଣ

0
(0)

ସୁପ୍ରିମକୋର୍ଟରେ ୫ ନୂଆ ବିଚାରପତିଙ୍କ ଶପଥ ଗ୍ରହଣ । ୫ ନୂଆ ବିଚାରପତି ହେଲେ ଜଷ୍ଟିସ ପଙ୍କଜ ମିତଲ, ଜଷ୍ଟିସ ସଞ୍ଜୟ କାରୋଲ, ଜଷ୍ଟିସ ପି.ଭି ସଞ୍ଜୟ କୁମାର, ଜଷ୍ଟିସ ଅହସାନୁଦ୍ଦିନ ଅମାନୁଲ୍ଲା ଏବଂ ଜଷ୍ଟିସ ମନୋଜ ମିଶ୍ର ।

ସୁପ୍ରିମକୋର୍ଟ ଅଡିଟୋରିଅମରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନୂଆ ବିଚାରପତିମାନେ ଶପଥ ଗ୍ରହଣ କରିଛନ୍ତି । ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଡିସେମ୍ବର ୧୩ ତାରିଖରେ ବସିଥିବା କଲେଜିୟମ ବୈଠକରେ ୫ ଜଣ ହାଇକୋର୍ଟ ବିଚାରପତିଙ୍କୁ ସୁପ୍ରିମକୋର୍ଟ ବିଚାରପତି ପାଇଁ ସୁପାରିସ ହୋଇଥିଲା ।

ଗତ ୨ ତାରିଖରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତାଲିକାକୁ ରାଷ୍ଟ୍ରପତି ଭବନକୁ ଅନୁମୋଦନ ପାଇଁ ପଠାଇଥିଲା । କେନ୍ଦ୍ରର ଅନୁମୋଦନ ପରେ ଆଜି ନୂଆ ବିଚାରପତିମାନେ ଶପଥ ନେଇଛନ୍ତି ।

ପ୍ରଧାନ ବିଚାରପତି ଡି ଓ୍ୱାଇ ଚନ୍ଦ୍ରଚୁଡ଼ ନୂଆ ବିଚାରପତିମାନଙ୍କୁ ଶପଥ ଗ୍ରହଣ କରାଇଛନ୍ତି ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE

Leave a Reply