ରାଜ୍ୟ

ସୂର୍ଯ୍ୟକାନ୍ତ ବେହେରା: ମେଗା ବିଲଡର୍ସର ପ୍ରତିଷ୍ଠାତା

0
(0)

ସେ ଜଣେ ବିଲଡର । ହେଲେ ଲୋକଙ୍କୁ ଔଷଧ ଦିଅନ୍ତି । ତାଙ୍କ ପରିଚୟ ଓ ଆଦୃତିକୁ ଜାଣିବା ପୂର୍ବରୁ ଦେଖନ୍ତୁ ଏହି ରିପୋର୍ଟ ।
ମେଗା ବିଲଡର । ୨୦୦୦ରୁ ଅଧିକ ଗ୍ରାହକ । ବିଶ୍ୱାସ ଓ ବିଶ୍ୱସନୀୟତାର ସଂସ୍ଥା । ରାଜଧାନୀର ଓମଫେଡ଼ ଛକ, ଗାଢ଼କଣା ସହ କଟକ, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ଘର-ଜମି କାରବାରର ବିଶ୍ୱସନୀୟ ସଂସ୍ଥା ମେଗା ବିଲଡର୍ସ । ବିଏସ-୫ ଫ୍ଲାଟ ନିର୍ମାଣ ସହ ନନ୍ଦନକାନନ ଅଞ୍ଚଳରେ ଟାଉନସିପ ପ୍ଳାନର ପୁରୋଧା । ୧୫୦ ଟଙ୍କାରେ ଗୋଟିଏ ସ୍କ୍ୱାୟାରଫୁଟ ଜମି ବିକ୍ରି କରି ବ୍ୟବସାୟ ଆରମ୍ଭ କରିଥିବା ସଂସ୍ଥା ଆଜି କୋଟି କୋଟି ଟଙ୍କା କାରବାର କରି ଅନେକ ଲୋକଙ୍କ ମନ ଜିଣିଛିି । ସାଧାରଣ ଲୋକଙ୍କୁ ଯୋଗାଇପାରିଛି ନିଜ ମନ ପସନ୍ଦର ଘର । ଲୋକଙ୍କ ସ୍ୱପ୍ନ ପୂରଣ କରିଛି ଏହି ବିଲଡର୍ସ ସଂସ୍ଥା । ହେଲେ ଏହା ପଛରେ ଯେଉଁ ବ୍ୟକ୍ତିଙ୍କ ହାତ ରହିଛି ତାଙ୍କ ବିଷୟରେ ଆସନ୍ତୁ ଜାଣିବା ।

ସୂର୍ଯ୍ୟକାନ୍ତ ବେହେରା
ମେଗା ବିଲଡର୍ସର ପ୍ରତିଷ୍ଠାତା

ବୋଧହୁଏ ସେ କେବେ ଭାବି ନଥିବେ ସେ ଜଣେ ବିଲଡର ହେବେ । ବି-ଫାର୍ମା ପାଠ୍ୟକ୍ରମ ଶେଷ କରିଛନ୍ତି ସୂର୍ଯ୍ୟକାନ୍ତ ବାବୁ । ହେଲେ ଲୋକସେବାର ନିଶାରେ ସେ ଥିଲେ ଚୁର । ଅଭାବି ମଣିଷର ଦୁଃଖ ତାଙ୍କୁ କରିଥିଲା ପ୍ରଭାବିତ । ଏଣୁ ଆରମ୍ଭରୁ ସେ ସମାଜସେବା ପାଇଁ ମନ ବଳାଇଥିଲେ । ହେଲେ ଏଥିପାଇଁ ବାଟ ଓଗାଳିଥିଲା ଆର୍ଥିକ ସମସ୍ୟା । ଏଣୁ ପ୍ରଥମେ ରୋଜଗାରର ମାଧ୍ୟମ ଖେଜିଥିଲେ । ଜମିଜମା କାରବାରରେ ସାମିଲ ହୋଇଥିଲେ । ଧିରେ ଧିରେ ବଢ଼ିଥିଲା ବ୍ୟବସାୟ । ଆଉ ଆଜି ମେଗା ବିଲଡର୍ସ ଗୋଟିଏ ବ୍ରାଣ୍ଡ । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସୂର୍ଯ୍ୟକାନ୍ତ ବେହେରା କିନ୍ତୁ ଆଜି ବି ଅତି ସରଳ, ନମ୍ର ଓ ଭଦ୍ର । ସଫଳତାର ଅହଙ୍କାର ନା ତାଙ୍କୁ ଛୁଇଁଛି ନା ପ୍ରତିଷ୍ଠାର ପ୍ରତିପତ୍ତି । ତାଙ୍କ ସହ ଆମର ସ୍ୱତନ୍ତ୍ର ସାକ୍ଷାତକାର ।


1-ଆପଣ କାହିଁକି ରିଅଲ ଇଷ୍ଟେଟ ବ୍ୟବସାୟକୁ ବାଛିଲେ?
ସୂର୍ଯ୍ୟକାନ୍ତ ବେହେରା: ବଡ଼ ହୋଇ ସମାଜସେବା କରିବାକୁ ଇଚ୍ଛା ଥିଲା । ମେଡିକାଲ ପ୍ରଫେସନ ଜଏନ କଲି । କିନ୍ତୁ ବେଶି ରୋଜଗାର ନଥିଲା । ଲୋକଙ୍କୁ ସାହାଯ୍ୟ କରିବାକୁ ହେଲେ ନିଜ ପାଖେ ସମ୍ବଳ ଥିବା ଦରକାର । ଏଣୁ ବ୍ୟବସାୟ କଥା ଚିନ୍ତା କଲି । ରିଅଲ ଇଷ୍ଟେଟରେ ରିସ୍କ ଥିଲା କିନ୍ତୁ ଆର୍ଥିକ ସରବରାହ ବା ମନିଫ୍ଲୋ ବି ଥିଲା । ଏଣୁ ଏହି ଦୁନିଆରେ ପାଦ ଥାପିଲି ।

2-ଏହି ବୃତ୍ତି ପାଇଁ କ’ଣ ଆହ୍ୱାନ ସାମ୍ନା କରିଛନ୍ତି?
ସୂର୍ଯ୍ୟକାନ୍ତ ବେହେରା: ନୂଆ ନୂଆ ବ୍ୟବସାୟ ବେଳେ ଘରେ କହିଲେ ଦଲାଲି କରୁଛି । ଘରକୁ ଯାଇଥିଲି, ଘରେ ରଖିଦେଲେ । ୩ ବର୍ଷ ଘରୁ ବାହାରେ ରହିଲି । ସଚ୍ଚୋଟତା ଜରିଆରେ ସଫଳ ହେଲି ।

3-ଯେହେତୁ ଆପଣ ମେଡିକାଲ ବା ଫାର୍ମା ପାଠ ପଢ଼ିଛନ୍ତି, କିଛି ସମୟ ସେହି ବୃତ୍ତିରେ ବି ଥିଲେ, ଏଣୁ ମେଡ଼ିକାଲ ବୃତ୍ତି ପାଇଁ ଆଗ୍ରହ ଅଛି ନା ନାହିଁ?
ସୂର୍ଯ୍ୟକାନ୍ତ ବେହେରା: ଆଜି ବି ସମୟ ପାଇଲେ ମେଡିକାଲ ବହି ପଢ଼େ । ଲୋକଙ୍କୁ ମେଡିସିନି ଦିଏ । ଅନେକ ଲୋକ ଆଜି ବି ମୋ ଔଷଧ ଖାଇ ଭଲ ହୋଇଛନ୍ତି । ଆଜି ବି ମେଡିସିନି ଉପରେ ରିସର୍ଚ୍ଚ କରୁଛି ।

ଅଳ୍ପ ସମୟର ସାକ୍ଷାତକାର ଭିତରେ ଆମେ ବୁଝିଥିଲୁ ସୂର୍ଯ୍ୟକାନ୍ତ ବେହେରାଙ୍କ ବିଜି ସିଡ଼୍ୟୁଲ । ଦିନଯାକ କାମ । ନିଜେ ଗ୍ରାଉଣ୍ଡରେ ପହଁଚି ସେ ସ୍ଥିତି ପରଖନ୍ତି । ପ୍ରତିଦିନ ଶହ ଶହ ଲୋକଙ୍କ ସହ ଭେଟଘାଟ । ଘରକୁ ଗଲା ବେଳକୁ ବିଳମ୍ବିତ ରାତି । ହଁ…ଆରମ୍ଭରୁ ଘର ଲୋକ ବୁଝୁ ନଥିଲେ । ହେଲେ ତାଙ୍କ କର୍ତ୍ତବ୍ୟନିଷ୍ଠା ଓ ସଚ୍ଚୋଟତା ତାଙ୍କୁ ଆଜି ବ୍ୟବସାୟୀକ ଜୀବନରେ ଯେତିକି ସଫଳ କରିଛି ପାରିବାରିକ ଖୁସି ବି ସେତିକି ଦେଇଛି । ଏତେ ସଫଳତା ପରେ ବି ସେ ଆଜି ଭାରି ସରଳ ଓ ନମ୍ର ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE

Leave a Reply