ସୂର୍ଯ୍ୟମନ୍ଦିରର ଗର୍ଭ ଗୃହରୁ ପ୍ରଥମ ପର୍ଯ୍ୟାୟରେ ବାଲି କାଢ଼ିବା କାର୍ଯ୍ୟ ଆରମ୍ଭ
ସୂର୍ଯ୍ୟମନ୍ଦିରର ଗର୍ଭ ଗୃହରୁ ପ୍ରଥମ ପର୍ଯ୍ୟାୟରେ ବାଲି କାଢ଼ିବା ପାଇଁ ଆରମ୍ଭ ହୋଇଛି କାର୍ଯ୍ୟ । କୋଣାର୍କ ସୂର୍ଯ୍ୟମନ୍ଦିରରୁ କଢ଼ାଯିବ ୧୨୦ ବର୍ଷର ବାଲି ।
ଏହି ବାଲି କାଢ଼ିବା ସମୟରେ ସୂର୍ଯ୍ୟ ମନ୍ଦିରର କୀର୍ତ୍ତୀ ରାଜି ପ୍ରତି ବିଶେଷ ଧ୍ୟାନ ଦେବାକୁ ଦାବି କରିଛି କୋଣାର୍କ ସୁରକ୍ଷା ସମିତି । ୧୯୦୩ ମସିହାରେ ସୂର୍ଯ୍ୟ ମନ୍ଦିରର ସୁରକ୍ଷାକୁ ନେଇ ଗର୍ଭଗୃହରେ ବାଲି ଭର୍ତ୍ତି କରାଯାଇ ଜଗମୋହନ ଦ୍ବାରକୁ ବନ୍ଦ କରାଯାଇଥିଲା ।
ସୂର୍ଯ୍ୟମନ୍ଦିରରୁ ବାଲି କଢ଼ାଯିବ ନିଷ୍ପତ୍ତି ପରେ, ଗତ ବର୍ଷ ସେପ୍ଟେମ୍ବର ମାସରୁ ଏଏସଆଇ ଓ ବିଡିଆର ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଲିଫ୍ଟ ପାଇଁ ଉତ୍ତର ଓ ପଶ୍ଚିମ କୋଣରେ ଏକ କ୍ରେନ ସାହାଯ୍ୟରେ ଲୁହା ବିମ୍ ଲଗାଯାଇଛି । ଏହିଭଳି ଆଉ ୩ଟି ଲୁହା ବିମ୍ ଲାଗିବ ।
Related posts:
ନୌସେନା ଦିବସ ଉଦଘାଟନ କଲେ ରାଷ୍ଟ୍ରପତିDecember 4, 2024
ପୁରୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁDecember 4, 2024
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏକତା କପୁରDecember 3, 2024
ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁDecember 3, 2024
ଆଜି ଓଡ଼ିଶା ଆସିବେ ମହାମହିମDecember 3, 2024
ପୌର ଓ ପଞ୍ଚାୟତ ନିର୍ବାଚନ ଉପରେ ବିଜେପିର ଫୋକସ୍December 3, 2024