ସେନ୍ଥିଲି କୁମାର ଆଇଓସିଏଲ୍ ବୋର୍ଡର ଡାଇରେକ୍ଟର
ସେନ୍ଥିଲି କୁମାର ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ତଥା ଇଣ୍ଡିଆନ ଅଏଲ କର୍ପୋରେଶନ ଲିମିଟେଡ୍ (ଆଇଓସିଏଲ୍)ବୋର୍ଡର ନିର୍ଦ୍ଦେଶକ (ପାଇପଲାଇନ) ଭାବେ ନିକଟରେ ଯୋଗଦେଇଛନ୍ତି। ଏ ନେଇ ବୋର୍ଡ ପକ୍ଷରୁ ମଧ୍ୟ ଏକ ପ୍ରେସ୍ ବିଜ୍ଞପ୍ତିରେ ବିସ୍ତୃତ ସୂଚନା ଦିଆଯାଇଛି।
ଏହା ପୂର୍ବରୁ ସେନ୍ଥିଲି ଆଇଓସିଏଲ୍ର ପାଇପଲାଇନ ଡିଭିଜନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଅପରେଶନ) ଭାବେ କାର୍ଯ୍ୟ କରୁଥିଲେ। ଦୀର୍ଘ ୩୩ ବର୍ଷର ଅଭିଜ୍ଞତା ସାଙ୍ଗକୁ ଦକ୍ଷ ଓ ନିର୍ଭୀକ ଅଧିକାରୀ ଭାବେ ସେ ବେଶ୍ ପରିଚିତ।
ସେହିଭଳି ସେନ୍ଥିଲି କମ୍ପାନୀର ପାଇପଲାଇନ ଡିଭିଜନର ଭିତ୍ତିଭୂମି ସାଙ୍ଗକୁ ବିକାଶ ଦିଗରେ ମଧ୍ୟ କାର୍ଯ୍ୟ କରିବେ। ଏପରିକି ୧୮,୫୦୦ କି.ମି. ଲମ୍ବର ନେଟ୍ଓ୍ବର୍କର ସମସ୍ତ ଦାୟିତ୍ୱ ବର୍ତ୍ତମାନ ସେନ୍ଥିଲିଙ୍କ ଉପରେ ନିର୍ଭର କରୁଛି ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।
Related posts:
ଜହର ପାଲଟିଛି ଦୟା ନଦୀ !January 21, 2025
ପୋଡ଼ି ଦେଇଥିଲେ ନବଙ୍କ ସାର୍ଟ !January 21, 2025
ଜାଣନ୍ତୁ କାହିଁକି ଗିରଫ ହେଲେ ଏହି ତିନି ଅଭିଯୁକ୍ତJanuary 20, 2025
ପୁଣି ଚର୍ଚ୍ଚାରେ ନବ ଦାସ ହତ୍ୟା ମାମଲାJanuary 20, 2025
ବିବାହ ବନ୍ଧନରେ ଆବଦ୍ଧ ହେଲେ ଜାଭଲିନର ସୁନା ପୁଅ ନୀରଜ ଚୋପ୍ରାJanuary 20, 2025
ଓଡ଼ିଶାରେ ଲିଥିୟମ ଖୋଜୁଛି ଜିଓଲଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆJanuary 19, 2025