ରାଜ୍ୟ

ହିନ୍ଦୁ ବିବାହ ଆଇନ ଅନୁଯାୟୀ ଧର୍ମ ଧର୍ମ ଭିତରେ ବିବାହ ଅବୈଧ

0
(0)

ସୁପ୍ରିମକୋର୍ଟ ହିନ୍ଦୁ ବିବାହ ଆଇନ ଅନୁଯାୟୀ ଧର୍ମ-ଧର୍ମ ଭିତରେ ବିବାହ ଅବୈଧ ବୋଲି କହିଛନ୍ତି । ଆଇନ ଅନୁସାରେ କେବଳ ହିନ୍ଦୁ ମାନେ ହିନ୍ଦୁଙ୍କୁ ବିବାହ କରିପାରିବେ ।

ପୂର୍ବରୁ ଭାରତୀୟ ପିଙ୍ଗଳ କୋଡର ୪୯୪ ଧାରା ଅନୁଯାୟୀ ପିଟିସନରଙ୍କ ବିରୋଧରେ ଚାଲିଥିବା ମାମଲାକୁ ରଦ୍ଦ କରିଦେବା ପାଇଁ ତେଲେଙ୍ଗାନା ହାଇକୋର୍ଟ ମନା କରିଦେଇଥିଲେ ।ଜଷ୍ଟିସ୍ କେଏମ୍ ଜୋସେଫ ଓ ବିଭି ନାଗରତ୍ନାଙ୍କ ଖଣ୍ଡପୀଠ ତେଲେଙ୍ଗାନା ହାଇକୋର୍ଟଙ୍କ ଅଗଷ୍ଟ ୨୦୧୭ର ଏକ ରାୟକୁ ଚ୍ୟାଲେଞ୍ଜ କରି ହୋଇଥିବା ଏକ ଆବେଦନର ଶୁଣାଣି କରି ଏହା କହିଛନ୍ତି ।

୨୦୧୩ରେ ଅଭିଯୋଗକାରିଣୀ ହାଇଦ୍ରାବାଦରେ ଏକ ମାମଲା ରୁଜୁ କରିଥିଲେ । ଦାବି କରିଥିଲେ ଆବେଦନକାରୀଙ୍କ ସହ ୨୦୦୮ରେ ହିନ୍ଦୁ ରୀତିନୀତି ଅନୁସାରେ ତାଙ୍କର ବାହାଘର ହୋଇଥିଲା । କିନ୍ତୁ ଆବେଦନକାରୀ ଜଣେ ଖ୍ରୀଷ୍ଟିଆନ ହୋଇଥିବା ବେଳେ ଅଭିଯୋଗକାରିଣୀ ଜଣେ ହିନ୍ଦୁ ।

ହେଲେ ଆବେଦନକାରୀ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି । ତାଙ୍କ ସହ ଅଭିଯୋଗକାରିଣୀଙ୍କ ବିବାହ ହୋଇନାହିଁ ଏବଂ ଅଭିଯୋଗକାରିଣୀଙ୍କ ପାଖରେ କୌଣସି ପ୍ରମାଣ ନାହିଁ ବୋଲି ସେ କହିଛନ୍ତି ।ଯଦିଓ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ପରବର୍ତି ଶୁଣାଣି ଆସନ୍ତା ମାସରେ କରିବାକୁ ଧାର୍ଯ୍ୟ କରିଛନ୍ତି ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE

Leave a Reply

Your email address will not be published. Required fields are marked *