ହୃଦୟ ଜିତିଲେ ଅର୍ଦ୍ଧେନ୍ଦୁ, ପିଣ୍ଟୁଙ୍କ ଚିକିତ୍ସା ପାଇଁ ଦେଲେ ୧୦ ଲକ୍ଷ
ଅସୁସ୍ଥ ପିଣ୍ଟୁ ନନ୍ଦଙ୍କ ଚିକିତ୍ସା ପାଇଁ ବଢାଇଛନ୍ତି ସହାୟତାର ହାତ । ପିଣ୍ଟୁଙ୍କ ବାସ ଭବନକୁ ଯାଇ ସଫଳ ଅସ୍ତ୍ରୋପ୍ରଚାର ନିମନ୍ତେ ୧୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ଅର୍ଦ୍ଧେନ୍ଦୁ । କ୍ରିଏଟିଭ୍ ହେଡ ପ୍ରଣୟ ଜେଠୀ ମଧ୍ୟ ଉପସ୍ଥିତ ରହିଥିଲେ ।
ଅଭିନେତା ପିଣ୍ଟୁ ନନ୍ଦ ଜଟିଳ ଲିଭର ସିରୋସିସ୍ ରୋଗରେ ପିଡୀତ ଅଛନ୍ତି ।
ବ୍ୟୟବହୁଳ ଚିକିତ୍ସା ପାଇଁ ବହୁ ଅର୍ଥର ଆବଶ୍ୟକତା ଥିବା ବେଳେ ସହାୟତା ପାଇଁ ଶୁଭେଛୁ ଓ କଳାକାରମାନେ ହାତ ବଢାଇଛନ୍ତି। ଏଭଳି ସ୍ଥିତିରେ ଆଉ ପାଦେ ଆଗକୁ ଯାଇ ପିଣ୍ଟୁଙ୍କ ପାଇଁ ଠିଆ ହୋଇଛନ୍ତି ଅର୍ଦ୍ଧନ୍ଦୁ ।