୧୨ ବର୍ଷ ପରେ ସ୍ବାମୀଙ୍କଠୁ ଇଶା ଅଲଗା
ଟିସୁ ପେପରରେ ନମ୍ବର ଦିଆ ନିଆରୁ ଆରମ୍ଭ ହୋଇଥିଲା ପ୍ରେମ ସମ୍ପର୍କ। ପରେ ଉଭଯ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। କିନ୍ତୁ ଏବେ ସେମାନଙ୍କ ଛାଡପତ୍ରକୁ ନେଇ ସବୁଆଡେ ଚର୍ଚ୍ଚା। ସ୍ୱାମୀଙ୍କ ଠାରୁ ଭିନ୍ନ ହେଲେ ବଲିଉଡର ହି‘ ମ୍ୟାନ୍ ଧର୍ମେନ୍ଦ୍ର ଓ ହେମା ମାଲିନୀଙ୍କ ଝିଅ ଈଶା ଦେଓଲ। ସେ ସ୍ୱାମୀ ଭରତ ତଖ୍ତାନୀଙ୍କୁ ଛାଡପତ୍ର ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଆପୋଷ ସହମତିରେ ଅଲଗା ହେବା ପାଇଁ ଉଭୟ ନିଷ୍ପତ୍ତି ନେଇଥିବା ଜଣାପଡିଛି। ଏହି ଖବର ସାମ୍ନାକୁ ଆସିବା ପରେ ବି–ଟାଉନରେ ହଇଚଇ ସୃଷ୍ଟି ହୋଇଯାଇଛି।
ଭରତ ଓ ଈଶା ଛାଡପତ୍ର ନେବାକୁ ଯାଉଛନ୍ତି। ଏନେଇ ଖୋଦ୍ ଉଭୟ ଏକ ବୟାନ ଜାରି କରି ଘୋଷଣା କରିଛନ୍ତି। ଜାରି ହୋଇଥିବା ବୟାନରେ ଈଶା ଓ ଭରତ କହିଛନ୍ତି, ‘ଆମେ ପାରସ୍ପରିକ ସମ୍ମତି ସହିତ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ। ଆମ ଜୀବନର ଏହି ପରବର୍ତ୍ତନ ଯୋଗୁ ଆମର ଦୁଇ ପିଲାଙ୍କ ହିତ ଏବଂ କଲ୍ୟାଣ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମର ଗୋପନୀୟତାକୁ ସମ୍ମାନ ଦିଆଯିବ ବୋଲି ଆଶା। ସେମାନେ ନିଜ ପିଲାର ମିଳିକି ଦେଖଶୁଣା କରିବେ । କିନ୍ତୁ ଏକାଠି ରହିବେନି ବୋଳି ନିଷ୍ପତ୍ତି ନେଇଛନ୍ତି।