୫ ଟି ସଚିବ ଭି କେ ପାଣ୍ଡିଆନଙ୍କ ଦେବକୁଣ୍ଡ ଗସ୍ତ…
ଉଦଳା ବ୍ଲକ କୁଣ୍ଡାବାଇ ମା ଅମ୍ବିକାଙ୍କ ପୀଠ ଦେବକୁଣ୍ଡ ଗସ୍ତରେ ଆସିଲେ ୫ ଟି ସଚିବ । ଆଜି ଦିନ ସାଢେ ଦଶଟାରେ ଉପର ତାଳଡିହା ସ୍ଥିତ ହେଲିପ୍ୟାଡ଼ରେ ଓହ୍ଲାଇ ଦେବକୁଣ୍ଡ ଯାଇଥିଲେ । ସେଠାରେ ଆଗାମୀ ଦିନରେ ଦେବକୁଣ୍ଡର ବିକାଶ ନେଇ ଅଧିକାରୀମାନଙ୍କ ସହିତ କରିଥିଲେ ଆଲୋଚନା ।
.କିଭଳି ଆଗାମୀ ଦିନରେ ଦେବକୁଣ୍ଡର ବିକାଶ ହେବା ସହିତ ପର୍ଯ୍ୟଟକ ବିକାଶ ହେବ ଏବଂ ଅଧିକ ସଂଖ୍ୟକ ପର୍ଯ୍ୟଟକ ଆସି ଦେବକୁଣ୍ଡ ବୁଲିବେ ସେ ନେଇ ଉପସ୍ଥିତ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ ।
ବିଶେଷ କରି ରାସ୍ତାର ବିକାଶ ସହିତ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ ଥିବା ମା ଙ୍କ ପୀଠର ବିକାଶ ପାଇଁ ସ୍ଥିତି ସମୀକ୍ଷା କରିଲେ ୫ ଟି ସଚିବ ।
୫ ଟି ସଚିବଙ୍କ ସହିତ ମୟୁରଭଞ୍ଜ ଜିଲ୍ଲାପାଳ, ଆଇ ଜିଙ୍କୁ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ ।
ସ୍ଥିତି ସମୀକ୍ଷା କରିବା ପରେ ୫ ଟି ସଚିବ ଭୀମକୁଣ୍ଡ ଅଭିମୁଖେ ଯାଇଛନ୍ତି।