୫ ମିନିଟ୍ରେ ସ୍ୱପ୍ନ ହୋଇଗଲା ଚୁରମାର୍
ଥିଲା ମାତ୍ର ୫ ମିନିଟ୍ ଆଉ କିଛି ଭାବିବା ଆଗରୁ ସ୍ୱପ୍ନ ହୋଇଗଲା ଚୁରମାର୍ । ବିମାନ ଜଳିବାବେଳେ ଆକାଶ ଧୁଆଁ ମୟ ହୋଇ ଯାଇଥିଲା । କେହି କିଛି ବୁଝିବା ପୂର୍ବରୁ ବିମାନରେ ଥିବା ସମସ୍ତ ଯାତ୍ରୀ ଓ କ୍ରିଉ ମେମ୍ବରଙ୍କୁ ମିଶାଇ ପ୍ରାୟ ୭୨ଜଣଙ୍କ ଜୀବନ ଚାଲିଯାଇଛି ।କାଠମାଣ୍ଡୁରୁ ପୋଖରା ପହଁଚିବାକୁ ମାତ୍ର ୨୫ମିନିଟ୍ ସମୟ ଲାଗିଥାଏ ।
ବିମାନ ଉଡିବାର ୨୦ ମିିନିଟ ବି ଅତିକ୍ରମ କରିସାରିଥିଲା । ଆଉ ମାତ୍ର କିଛି ସମୟ ଭିତରେ ପୋଖରାରେ ଅବତରଣ କରିଥାନ୍ତା ।ଦୁର୍ଘଟଣାଗସ୍ତ ବିମାନରେ କୋ-ପାଇଲଟ ଥିବା ଅଞ୍ଜୁ ଖତିବାଡା ଏହି ବିମାନରେ କୋ ପାଇଲଟ ଭାବେ ତାଙ୍କ ଶେଷ ଉଡାଣ କରିଥିଲେ ।
ଯଦି ଅଞ୍ଜୁ ଠିକ୍ ଠାକ ଭାବେ ବିମାନକୁ ଲ୍ୟାଣ୍ଡିଂ କରିଥାନ୍ତେ ତେବେ ସେ ଜଣେ କ୍ୟାପଟେନ ଭାବେ ନିଯୁକ୍ତି ପାଇଥାନ୍ତେ । ଏହି କାରଣରୁ ସେ ବରିଷ୍ଠ ପାଇଲଟ ଓ ଟ୍ରେନର କମଲ କେସିଙ୍କ ସହ ଉଡାଣରେ ଯାଇଥିଲେ ।