ଜାତୀୟରାଜନୀତିରାଜ୍ୟସ୍ୱତନ୍ତ୍ର

ମୋହନଙ୍କ ଶହେଦିନ: ପ୍ରଗତିର ନୂତନ ସୂର୍ଯ୍ୟୋଦୟ

5
(1)

ଜୁନ ୧୨ ୨୦୨୪ । ସେଦିିନ ଓଡ଼ିଶାରେ ହୋଇଥିଲା ଅସ୍ମିତାର ଉଦୟ । ପ୍ରଗତିର ନୂତନ ଶୁଭାରମ୍ଭ । ଅଣଓଡିଆ, ଏକଛତ୍ରବାଦ ଓ ଅହଙ୍କାରର ପତନ ଘଟି ଓଡିଶା ଦେଖିଥିଲା ଗୋଟେ ନୂଆ ସୁର‌୍ୟ୍ୟୋଦୟ । ଓଢିଶାକୁ ମିଳିିଥିଲା ଅସ୍ମିତାର ସରକାର, ଲୋକଙ୍କ ମୁଖଯମନ୍ତ୍ରୀ । ଓଡିଶାର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଜଣେ ସାଧାରଣ ମଣିଷ । ଲୋକଙ୍କ ନେତା ଶ୍ରୀ ମୋହନ ଚରଣ ମାଝୀ ହୋଇଥିଲେ ଓଡିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ସେଦିନ ରାଜ୍ୟରେ ଆରମ୍ଭ ହୋଇଥିଲା ଐତିହାସିକ ମୋହନ ସରକାର । ଅପୂର୍ବ ଆଶା, ଆକାଂକ୍ଷା ଓ ସମ୍ଭାବନାକୁ ସାଥିରେ ନେଇ ଆସିଥିବା ମୋହନ ସରକାରକୁ ଆଜି ପୂରିଛି ୧୦୦ ଦିନ ।

ପ୍ରଥମ ଶହେ ଦିନରେ ଓଡିଶାର ଚମତ୍କାର ବିକାଶ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ । ଏକ ସାଧାରଣ ପରିବାରରୁ ଆସି ମୁଖ୍ୟମନ୍ତ୍ରୀ ପଦରେ ଅଭିସିକ୍ତ ହୋଇ ଅନେକ ଐତିସାହିକ ପଦକ୍ଷେପ ଗ୍ରହଣ କରିଛନ୍ତି । ଗୁରୁଜୀରୁ ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଲାଭ କରିଛନ୍ତି । ସେବାର ବ୍ରତକୁ ଆପଣାଇ ଓଡିଶାବାସୀଙ୍କୁ ଲଗାତାର ସୁଶାସନ ଭେଟିଦେଇଛନ୍ତି । ସାଢେ ଚାରିକୋଟି ଓଡିଆଙ୍କ ଆଶା ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଭରସାକୁ ବାସ୍ତବତାରେ ରୂପାୟନ କରୁଛନ୍ତି । ଓଡିଶାକୁ ବିକାଶର ନୂତନ ସ୍ତରରେ ପହଞ୍ଚାଇବାକୁ ଦିନରାତି ମୋହନ ମାଝୀଙ୍କ ଉଦ୍ୟମ ପ୍ରେରଣାଦାୟୀ ।

ଜୁନ୍ ୪ରେ ଓଡ଼ିଶା ରାଜନୀତିର ପଟ୍ଟ ପରିବର୍ତ୍ତନ ହେଲା। ଜୁନ୍ ୧୨ରେ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ବିଜେପି ସରକାର ଗଠନ କରିଲା । ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ୨୪ବର୍ଷ ଧରି ରାଜ୍ୟରେ ଚାଲିଥିବା ବିଜେଡି ସରକାରକୁ ହଟାଇ ବିଜେପି ପ୍ରଥମ ଥର ପାଇଁ ରାଜ୍ୟରେ ଏକାକୀ ସରକାର ଗଠନ କରିଛି । ରାଜ୍ୟବାସୀଙ୍କୁ ବହୁ ମନଛୁଆଁ ପ୍ରତିଶ୍ରୁତି ‌ଦେଇ ବିଜେପି ଶାସନକୁ ଆସିଥିଲା।ଗୋଟିଏ ସରକାରର ପ୍ରଦର୍ଶନକୁ ବିଚାର କରିବା ପାଇଁ ୧୦୦ ଦିନ ଯଥେଷ୍ଟ ନଥିଲେ ବି ସରକାରଙ୍କ ଆଭିମୁଖ୍ୟ ଏତିକି ଦିନରେ ଜଣାପଡ଼ିଯିବ। ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବାକୁ ସରକାରଙ୍କର ଆନ୍ତରିକତା ଥିବାର ଆଭାସ ଏହି ୧୦୦ ଦିନରେ ମିଳିଛି । ୧୬ ବର୍ଷପରେ ଖୋଲିଛି ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ । ବିଜେଡି ସରକାରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ମୁଖ୍ୟମନ୍ତ୍ରୀ ଆସୁନଥିଲେ। କିନ୍ତୁ ବିଜେପି ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ ମନ୍ତ୍ରିମଣ୍ଡଳର ସଦସ୍ୟଙ୍କ ସହ ଅଭିଯୋଗ ପ୍ରକୋଷ୍ଠରେ ବସି ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି। ଲୋକଙ୍କ ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି । ମୁଖ୍ୟମନ୍ତ୍ରୀ ନିଜେ ଅଭିଯୋଗ ପ୍ରକୋଷ୍ଠରେ ବସି ଲୋକଙ୍କ ଅଭିଯୋଗ ଶୁଣି ସରକାରଙ୍କୁ ଲୋକାଭିମୁଖୀ କରାଇବାକୁ ଉଦ୍ୟମ କରିଛନ୍ତି। ନିର୍ବାଚନ ପ୍ରଚାରରେ ବିଜେପିର ସବୁଠୁ ବଡ଼ ପ୍ରତିଶ୍ରୁତି ଥିଲା ସୁଭଦ୍ରା ଯୋଜନା। ଏଥିରେ ରାଜ୍ୟର ପ୍ରତି ମହିଳାଙ୍କୁ ୫୦ହଜାର ଟଙ୍କା ଦେବ ଏବଂ ସେମାନେ ଦୁଇ ବର୍ଷରେ ଏହାକୁ ଖର୍ଚ୍ଚ କରିପାରିବେ ବୋଲି କହିଥିଲା। ଏହାକୁ ବିଜେପି ପୂରଣ କରିଛି। ୫ବର୍ଷରେ ୫୦ହଜାର ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିରେ ୫ହଜାର ଟଙ୍କା ପ୍ରଦାନ କରାଇଛି।

କିଛି ବର୍ଷ ହେଲା ଶ୍ରୀମନ୍ଦିରର ଚାରିଦ୍ବାରରେ ପ୍ରବେଶ ବନ୍ଦ କରିଦିଆଯାଇଥିଲା। ଏହାକୁ ନେଇ ଭକ୍ତ ମହଲରେ ତୀବ୍ର ଅସ‌ନ୍ତୋଷ ଦେଖା ଦେଇଥିଲା। ନିର୍ବାଚନରେ ବିଜେପି ଏହାକୁ ପ୍ରଚାରର ପ୍ରମୁଖ ଅସ୍ତ୍ର କରିଥିଲା। ବିଜେପି ସରକାର ଗଠନ କରିବାର ପ୍ରଥମ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ହୋଇଥିଲା ଯେ ୨୪ଘଣ୍ଟା ମଧ୍ୟରେ ୪ଦ୍ବାର ଖୋଲାଯିବ। ଜୁନ୍ ୧୩ତାରିଖ ସକାଳେ ଶ୍ରୀମନ୍ଦିରର ମଙ୍ଗଳ ଆଳତି ବେଳେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କ ଉପସ୍ଥିତିରେ ଶ୍ରୀମନ୍ଦିରର ଚାରି ଦ୍ବାର ଖୋଲିଥିଲା। ସେହିପରି ବହୁ ବର୍ଷ ହେଲା ରତ୍ନଭଣ୍ଡାର ଖୋଲିବା ନେଇ ଦାବି ହେଉଥିବା ବେଳେ ବିଜେଡି ସରକାର ଦିନ ଗଡ଼ାଇ ଚାଲିଥିଲେ। କିନ୍ତୁ ବିଜେପି କହିଥିଲା ସରକାର ଆସିଲେ ରତ୍ନଭଣ୍ଡାର ଖୋଲା ହେବ ଏବଂ ରତ୍ନ ଅଳଙ୍କାରର ଗଣତିମଣତି ହେବ। ରାଜ୍ୟ ସରକାର ମଧ୍ୟ ରତ୍ନଭଣ୍ଡାର ଖୋଲିଛନ୍ତି। ଶ୍ରୀମନ୍ଦିରର ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ୫୦୦କୋଟିର କର୍ପସ ପାଣ୍ଠି ରଖାଯାଇଛି। ଓଡ଼ିଆ ଅସ୍ମିତାକୁ ପ୍ରସଙ୍ଗ କରି ନିର୍ବାଚନ ଲଢ଼ିଥିବା ବିଜେପି ଓଡ଼ିଆ ଅସ୍ମିତା ପାଇଁ ୨୦୦ କୋଟିର କର୍ପସ ପାଣ୍ଠି ବି ରଖିଛି। ଚାଷୀ ଓ ଚାଷକୁ ଅଗ୍ରାଧିକାର ଦେବାକୁ କହୁଥିବା ବିଜେପି ସରକା‌ର ନୂଆଁଖାଇରେ ସିଏମ୍ କିଷାନ ଯୋଜନା ଆରମ୍ଭ କରି ରାଜ୍ୟର ୪୬ଲକ୍ଷ ଚାଷୀଙ୍କୁ ୨ହଜାର ଟଙ୍କା ଲେଖାଏ ପ୍ରଦାନ କରିଛି। ବହୁ ବର୍ଷ ହେଲା ଧାନ ଏମ୍‌ଏସ୍‌ପି ବଢ଼ାଇବାକୁ ଦାବି ହେଉଥିବାବେଳେ ବିଜେପି ସରକାର ଏହାକୁ ୩୧୦୦ଟଙ୍କାକୁ ବୃଦ୍ଧି କରଛନ୍ତି। ଆସନ୍ତା ଧାନକିଣା ସମୟରେ ଏହାକୁ ଲାଗୁ କରାଯିବ। ସେହିପରି ୮୦ ବର୍ଷ ବୟସ୍କ ଏବଂ ୮୦% ଦିବ୍ୟାଙ୍ଗଙ୍କୁ ମାସିକ ୩୫୦୦ ଟଙ୍କା ପେନ୍‌ସନ୍ ବ୍ୟବସ୍ଥା ଦେବାକୁ ବଜେଟ୍‌ରେ ବ୍ୟବସ୍ଥା ହୋଇଛି ।

ଶିକ୍ଷା କ୍ଷେତ୍ରରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ଡ୍ରପଆଉଟ ହ୍ରାସ ପାଇଁ ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନାରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୫୦୦୦ଟଙ୍କା ଦେବାକୁ ବ୍ୟବସ୍ଥା କରାଯାଇଛି। ଏହାବାଦ୍ ୫୮ଟି ଉପଖଣ୍ଡରେ ଶୀତଳ ଭଣ୍ଡାର ସ୍ଥାପନ, ଦେଢ଼ଲକ୍ଷ ସରକାରୀ ପଦବି ପୂରଣ କରିବାକୁ ଘୋଷଣା ହୋଇଛି। ଓଡିଶାକୁ ବିକଶିତ କରି ତୋଳିବା ପାଇଁ ଏଭଳି ଅନେକ ପଦକ୍ଷେପ ହାତକୁ ନେଇଛି ବିଜେପି ସରକାର । ଫିଟିଛି ଶ୍ରୀମନ୍ଦିର ଚାରିଦ୍ଵାର, ଖୋଲିଛି ରତ୍ନଭଣ୍ଡାର। ସୁରକ୍ଷିତ ହୋଇଛି ଓଡିଆ ଅସ୍ମିତା, ଚାଷୀଙ୍କୁ ମିଳିଛି ସମ୍ମାନ…ସୁଭଦ୍ରା ଦେଖାଇଛି ମହିଳାଙ୍କୁ ସ୍ଵାବଲମ୍ବୀ ହେବାର ରାସ୍ତା। ବେଆଇନ ମଦ ଭାଟି ଉପରେ ବୁଲୁଛି ବୁଲଡୋଜର। ରି ଓଡିଆ ଅସ୍ମିତା ପ୍ରଚାର ପ୍ରସାର ପାଇଁ ୨୦୦ କୋଟିର କର୍ପସ ଫଣ୍ଡ, ବାର୍ଦ୍ଧକ୍ୟ ଭତ୍ତା ହୋଇଛି ୩୫୦୦ ଟଙ୍କା, ବଢିଛି ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ, ସିଏମ କିଷାନ ଯୋଜନାରେ ୪୬ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିଛି ୨୦୦୦ ଟଙ୍କାର ପ୍ରଥମ କିସ୍ତି, ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ସହ ଜଳସେଚନ ପାଇଁ ମଧ୍ୟ ପଦକ୍ଷେପ ନେଇଛନ୍ତି ସରକାର ।ଓଡିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ପାଇଁ ବଜେଟରେ ବ୍ୟୟ ବରାଦ କରାଯାଇଛି । ଏସବୁର ଶ୍ରେୟ ଲୋକଙ୍କ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କର । ତେଣୁ ସରକାରର ୧୦୦ ଦିନର ସଫଳତାକୁ ଧୁମଧାମରେ ପାଳନ କରିବେ ବିଜେପି ସରକାର । ଆଜିଠୁ ୨୨ ତାରିଖ ଯାଏଁ, ୪ ଦିନ ଧରି ସାରା ରାଜ୍ୟରେ ପାଳନ ହେଉଛି ବିଜେପି ସରକାରର ୧୦୦ ଦିନ ପୂର୍ତ୍ତି କାର‌୍ୟ୍ୟକ୍ରମ । ମୋହନ ସରକାର ଆଗକୁ ଏହିପରି ଭଲ ପ୍ରଦର୍ଶନ କରିବା ସହ ଓଡିଶାର ବିକାଶ ପାଇଁ ସମର୍ପିତ ରହୁ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ଓଡିଶାକୁ ନୂଆ ପ୍ରଗତିର ପଥରେ ଆଗେଇ ନିଅନ୍ତୁ ବୋଲି ଇଣ୍ଟରଭ୍ୟୁ ଟାଇମ୍ସ ତରଫରୁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛୁ ।

How useful was this post?

Click on a star to rate it!

Average rating 5 / 5. Vote count: 1

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE

Leave a Reply

Your email address will not be published. Required fields are marked *