ଆଜି ୨୭ ସେପ୍ଟେମ୍ବରରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’
ପର୍ଯ୍ୟଟନ ସ୍ଥଳଗୁଡିକର ଗୁରୁତ୍ୱକୁ ଲୋକଲୋଚନକୁ ଆଣିବା ନେଇ ପ୍ରତି ବର୍ଷ ୨୭ ସେପ୍ଟେମ୍ବରରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ପାଳନ କରାଯାଏ। ତେବେ ଦୁନିଆର ସାତୋଟି ଚମତ୍କାରକୁ ସବୁଠାରୁ ପ୍ରସିଦ୍ଧ ଏବଂ ସୁନ୍ଦର ସ୍ଥାନ ମଧ୍ୟରେ ଗଣନା କରାଯାଏ। ଆସନ୍ତୁ ଏସବୁ ବିଷୟରେ ଜାଣିବା ।
ଏହି ସ୍ଥାନଗୁଡିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରି କେବଳ ସେମାନଙ୍କର ଅଭିଜ୍ଞତାକୁ ସମୃଦ୍ଧ କରେ ନାହିଁ ବରଂ ସ୍ଥାନୀୟ ଅର୍ଥନୀତିକୁ ମଧ୍ୟ ମଜବୁତ କରେ। ଏନେଇ ପର୍ଯ୍ୟଟନ ସ୍ଥଳଗୁଡିକର ଗୁରୁତ୍ୱକୁ ଲୋକଲୋଚନକୁ ଆଣିବା ନେଇ ପ୍ରତି ବର୍ଷ ୨୭ ସେପ୍ଟେମ୍ବରରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ପାଳନ କରାଯାଏ ।
ଆଲପ୍ସ ମାଉଣ୍ଟେନ୍ ରେଞ୍ଜ, ସ୍ୱିଜର୍ଲ୍ୟାଣ୍ଡ୍:
ଯଦିଓ ସ୍ୱିଜର୍ଲ୍ୟାଣ୍ଡ୍ର ସୌନ୍ଦର୍ଯ୍ୟ ବିଶ୍ୱ ପ୍ରସିଦ୍ଧ, କିନ୍ତୁ ଭାରତୀୟମାନଙ୍କ ମଧ୍ୟରେ ସ୍ୱିଜର୍ଲ୍ୟାଣ୍ଡ୍ ଏପରି ଏକ ସ୍ଥାନ ଭାବରେ ପ୍ରସିଦ୍ଧ ଯେ ଯାହାକୁ ସର୍ବୋତ୍ତମ ହନିମୁନ୍ ଗନ୍ତବ୍ୟସ୍ଥଳ ବିବେଚନା କରାଯାଏ। ଏହାକୁ ଚଳଚ୍ଚିତ୍ରର ପ୍ରଭାବ କୁହନ୍ତୁ ବା ସ୍ୱିଜର୍ଲ୍ୟାଣ୍ଡ୍ର ଚିତ୍ତାକର୍ଷକ ଦୃଶ୍ୟ କୁହନ୍ତୁ ଯାହା ଦୁନିଆରେ ଏହାକୁ ସବୁଠାରୁ ସୁନ୍ଦର କରିଥାଏ ।
ପ୍ୟାରିସ୍, ଫ୍ରାନ୍ସ:
ଫ୍ରାନ୍ସର ପ୍ୟାରିସ୍ ସହର ମଧ୍ୟ ଏହାର ଅକଳ୍ପନୀୟ ସୌନ୍ଦର୍ଯ୍ୟ ପାଇଁ ଲୋକପ୍ରିୟ। ପ୍ୟାରିସ୍କୁ ” ସିଟି ଅଫ୍ ଲାଇଟ୍” ବୋଲି କୁହାଯାଏ ଏବଂ ଏହି ସହର ନିଜ କଳା, ଫ୍ୟାଶନ୍ ଏବଂ ଐତିହାସିକ ଐତିହ୍ୟ ପାଇଁ ପ୍ରସିଦ୍ଧ।