ଜାତୀୟ

ନେପାଳରେ ସୋସିଆଲ ମିଡ଼ିଆ ବ୍ୟାନ୍ ହେବା ହଙ୍ଗାମା, ୯ଜଣଙ୍କର ମୃତ୍ୟୁ

0
(0)

ନେପାଳରେ ସୋସିଆଲ ମିଡ଼ିଆ ଫେସବୁକ, ହ୍ଵାଟ୍ସଆପ ଓ ଏକ୍ସ ସମେତ ୨୬ଟି ସୋସିଆଲ ମିଡ଼ିଆ ସାଇଟ ଉପରେ ବ୍ୟାନ ଲଗାଇବାକୁ ନିଷ୍ପତ୍ତି ନେଇଥିଲେ ସରକାର। ଏବେ ଏହାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି ନେପାଳର ଜେନ୍ ଜି ପିଢ଼ି(୧୯୯୬ ରୁ ୨୦୧୦ ମଧ୍ୟରେ ଜନ୍ମିତ ବ୍ୟକ୍ତି)। ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଲଗାଯିବା ନେଇ ଘୋଷଣା କରିବା ପରେ ଏହାକୁ ବିରୋଧ କରି ଆଜି ସଂସଦରେ ନେପାଳର ଜେନ୍ ଜି ପ୍ରଦର୍ଶନକାରୀମାନେ ପ୍ରବେଶ କରିଥିଲେ।

ଏବେ ସୂଚନା ମିଳିଛି ଯେ, ନେପାଳରେ ଜେନ-ଜି ପ୍ରତିବାଦ ଆନ୍ଦୋଳନ ତୀବ୍ର ହୋଇଛି। ପ୍ରଦର୍ଶନକାରୀମାନେ ନିଷିଦ୍ଧ ଅଞ୍ଚଳଗୁଡ଼ିକରେ ଆକ୍ରମଣ କରିବା ସହ ସଂସଦ ନିକଟରେ ନିଆଁ ଲଗାଇଛନ୍ତି ଏବଂ ସୁରକ୍ଷା ବାହିନୀ ସହିତ ସଂଘର୍ଷ କରିଛନ୍ତି। ସାରା ଦେଶରେ ଅଶାନ୍ତି ବ୍ୟାପିବା ପରେ ସରକାର ସେନା ମୁତୟନ କରି କର୍ଫ୍ୟୁ ଜାରି କରିଥିବା ଜଣାଯାଇଛି। ପରିସ୍ଥିତିର ମୁକାବିଲା ପାଇଁ ଏକ ଜରୁରୀକାଳୀନ ବୈଠକ ସରକାର ଡକାଇଥିବର ସୂଚନା ମିଳିଛି। ଏପର୍ଯ୍ୟନ୍ତ ଏହି ଆନ୍ଦୋଳନରେ ୯ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ, ଗତ ଗୁରୁବାର ଅନୁଷ୍ଠିତ ବୈଠକରେ ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ପୃଥ୍ୱୀ ସୁବ୍ବା ଗୁରୁଙ୍ଗ, ମନ୍ତ୍ରାଳୟର ଅଧିକାରୀ, ନେପାଳ ଟେଲିକମ୍ୟୁନିକେସନ୍ କର୍ତ୍ତୃପକ୍ଷଙ୍କ ପ୍ରତିନିଧି, ଟେଲିକମ୍ ଅପରେଟର ଏବଂ ଇଣ୍ଟରନେଟ୍ ସେବା ପ୍ରଦାନକାରୀମାନେ ଉପସ୍ଥିତ ଥିଲେ। ଏହି ବୈଠକରେ ସମସ୍ତ ଅଣପଞ୍ଜିକୃତ ପ୍ଲାଟଫର୍ମଗୁଡ଼ିକୁ ତୁରନ୍ତ ପ୍ରଭାବରୁ ନିଷିଦ୍ଧ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ବର୍ତ୍ତମାନ, ନେପାଳରେ ୱାଇବର, ଟିକଟକ, ଭିଟକ ଏବଂ ନିମ୍ବୁଜ ଭଳି ପ୍ଲାଟଫର୍ମ ପଞ୍ଜିକୃତ ଅଛନ୍ତି । ଅନ୍ୟପଟେ ଫେସବୁକ, ହ୍ଵାଟ୍ସଆପ ଓ ଏକ୍ସ ଭଳି ଲୋକପ୍ରିୟ ପ୍ଲାଟଫର୍ମ ଏପର୍ଯ୍ୟନ୍ତ ପଞ୍ଜିକରଣ କରିନାହାନ୍ତି। ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ସ୍ପଷ୍ଟ କରିଥିଲା ଯେ, ଏହି ନିଷେଧ ସାରା ଦେଶରେ ଲାଗୁ ହେବ।

ଏହି ପ୍ରତିବନ୍ଧକ ଫେସବୁକ୍, ମେସେଞ୍ଜର, ଇନଷ୍ଟାଗ୍ରାମ, ୟୁଟ୍ୟୁବ୍, ହ୍ୱାଟସଆପ୍, ଟ୍ୱିଟର, ଲିଙ୍କଡିନ୍, ସ୍ନାପଚାଟ୍, ରେଡ୍ଡିଟ୍, ପିଣ୍ଟରେଷ୍ଟ, ସିଗନାଲ, ଥ୍ରେଡ୍ସ, ୱିଚାଟ୍, କ୍ୱାରା, ଟମ୍ବଲର ସମେତ ଅନ୍ୟାନ୍ୟ ପ୍ରମୁଖ ସୋସିଆଲ ମିଡିଆ ପାଇଁ ଲାଗୁ କରାଯାଇଥିଲା।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE