ଆଜି କଟକ ବାରବାଟୀରେ ବିଗ୍ ଫାଇଟ୍
ଆଜି କଟକ ବାରବାଟୀରେ ବିଗ୍ ଫାଇଟ୍। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚ୍। ଆଜି ସନ୍ଧ୍ୟା ୭ଟାରେ ଖେଳାଯିବ ମ୍ୟାଚ୍। ଦିନିକିଆରେ ଟିମ୍ ଇଣ୍ଡିଆ ଟେଷ୍ଟ ପରାଜୟର ବଦଲା ନେଇଛି। ଏବେ ଟି-ଟ୍ବେଣ୍ଟିରେ ଦକ୍ଷିଣ ଆଫ୍ରିକାକୁ ଚେକ୍ ଦେବାକୁ ଟିମ୍ ଇଣ୍ଡିଆ ଷ୍ଟ୍ରାଟେଜୀ ।
ଗତକାଲି ପ୍ରେସମିଟରେ ଟିମ୍ ଇଣ୍ଡିଆରେ ବିଶେଷ ପରିବର୍ତ୍ତନ ହେବନି ବୋଲି କ୍ୟାପନେଟ୍ ସୂର୍ଯ୍ୟକୁମାର ଇସାରା କରିଛନ୍ତି। ସେପଟେ ଟିମ୍ ଇଣ୍ଡିଆ ଉପ ଅଧିନାୟକ ଶୁଭମନ ଗିଲ୍ ପଡିଆରେ ଅଭ୍ୟାସ କରିଛନ୍ତି। ସେ ସୁସ୍ଥ ହୋଇଥିବାରୁ ଟି-ଟ୍ବେଣ୍ଟିରେ ଅଭିଷେକ ଶର୍ମାଙ୍କ ସହ ଶୁଭମନ୍ ଓପନିଂ କରିବା ନିଶ୍ଚିତ ହୋଇଛି।
ଗତକାଲି ୩ ଘଣ୍ଟାରେ ନେଟ୍ ପ୍ରାକ୍ଟିସ୍ ସହ ବାରବାଟୀର ନାଲି ପିଚ୍ କୁ ତନ୍ନ ତନ୍ନ ପରଖିଛନ୍ତି କ୍ୟାପଟେନ୍ ସୂର୍ଯ୍ୟକୁମାର। ଆସନ୍ତା ବର୍ଷ ଟି-ଟ୍ବେଣ୍ଟି ବିଶ୍ବକପ ରହିଥିବାରୁ ଏହି ସିରିଜ୍ ଉଭୟ ଦଳ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ । ସେପଟେ ତ୍ରୁଟିଶୂନ୍ୟ ମ୍ୟାଚ୍ ପାଇଁ ଲାଗିପଡ଼ିଛନ୍ତି ସମସ୍ତେ। ଫ୍ଲଡ୍ ଲାଇଟ ଯାଞ୍ଚ ସହ ଭଳିକି ଭଳି ରଙ୍ଗୀନ ଆଲୁଅରେ ସଜେଇ ହୋଇଛି ପୁରା ଷ୍ଟାଡିୟମ। ମ୍ୟାଚ୍ ବେଳେ ସୁରକ୍ଷା ଦାୟିତ୍ବରେ ରହିବେ ପ୍ରାୟ ୫୦ ପ୍ଲାଟୁନ୍ ଫୋର୍ସ ଓ ୩୦୦ରୁ ଅଧିକ ଅଧିକାରୀ। ପାର୍କିଂ ପାଇଁ ୬ଟି ସ୍ଥାନରେ ହୋଇଛି ବ୍ୟବସ୍ଥା ।
