ମଧ୍ୟବିତ୍ତ ଓ ଗରିବ ପରିବାରଙ୍କ ପାଇଁ ଚିନ୍ତାର କାରଣ ପରିବା
ପରିବା ଦର ମହଙ୍ଗା ହୋଇଛି । ମଧ୍ୟବିତ୍ତ ଓ ଗରିବ ପରିବାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । କିଛି ଦିନ ପରେ ହବିଷିଆଳିଙ୍କ ବ୍ରତ ଆରମ୍ଭ ହେବ। ଏହି ସମୟରେ ସାଧାରଣ ଜନତା ମଧ୍ୟ ଆମିଷ ବଦଳରେ ନିରାମିଷକୁ ଆପଣାଇବେ। କିନ୍ତୁ ଆରମ୍ଭରୁ ଏଭଳି ଦର ବୃଦ୍ଧି ଅସହ୍ୟ ହୋଇଛି। କଟକ ଛତ୍ରବଜାରରେ କିଲୋ ୮୦ ଉପରେ ପ୍ରାୟ ସବୁ ପରିବା । ଟମାଟୋ ୧୦୦କୁ ଫୁଲ କୋବି ୧୨୦ ଟଙ୍କା। କଂଚାଲଙ୍କା ୮୦, କଖାରୁ ୪୦, ଭେଣ୍ଡି ୪୦ ଝୁଡୁଙ୍ଗ ୬୦ ଟଙ୍କା ।
ପରିବା ବଜାରକୁ ଆସିଲେ ପକେଟ ଖାଲି ହୋଇଯାଉଥିବା ବେଳେ ବ୍ୟାଗ ପୂରୁନି। ଆଗରୁ ଅଧ କିଲୋ କି କିଲେ ଲେଖାଏଁ ପରିବା କିଣୁଥିବାବେଳେ ଏବେ ଅଢେଇଶହ ନେବାକୁ ମଧ୍ୟ ବାଧ୍ୟ ହେଉଛନ୍ତି। ୫ଶହ ଟଙ୍କା ଆଣିଲେ ବି ଅଧା ବ୍ୟାଗ ପୁରୁନି । ଏହାକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। କେବଳ ପରିବା ନୁହେଁ ଆଳୁ, ପିଆଜ ଦର ବି ଆକାଶଛୁଆଁ ।
Related posts:
କଟକ ବାଲିଯାତ୍ରାକୁ ମିଳିଲା ‘ଜାତୀୟ ମାନ୍ୟତା’February 6, 2025
୪ ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀFebruary 6, 2025
ଆକ୍ସନ ମୋଡରେ ସିଏମଓFebruary 6, 2025
ଟିକେଟ ପାଇଁ ଦଳାଚକଟା, ବାରବାଟୀ କ୍ରିକେଟ ଫିଭରFebruary 5, 2025
ଭିଜିଲାନ୍ସ ପଞ୍ଝାରେ ଜଳସମ୍ପଦ ଅଧିକାରୀFebruary 5, 2025
ଏସ୍ସିବିରେ ହେବ ବୃହତ୍ ଟ୍ରମା ସେଣ୍ଟରFebruary 4, 2025