ଆଫଗାନିସ୍ତାନରେ ଭୂମିକମ୍ପ, ୮୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ
ରବିବାର ମଧ୍ୟରାତ୍ରିରେ ଆଫଗାନିସ୍ତାନର ପୂର୍ବ ଅଞ୍ଚଳରେ ଭୟଙ୍କର ଭୂମିକମ୍ପ ହୋଇଛି । ଏହି ଭୂକମ୍ପରେ ଅତି କମରେ ୮00 ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଏଥିସହ ୨୫00 ରୁ ଅଧିକ ଲୋକ ଆହତ ହୋଇଛନ୍ତି। ତାଲିବାନ ସରକାରଙ୍କ ଜଣେ ମୁଖପାତ୍ର ସୋମବାର ଏନେଇ ସୂଚନା ଦେଇଛନ୍ତି। ରିକ୍ଟର ସ୍କେଲରେ 6
୬.0 ତୀବ୍ରତାର ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ କୁନାର ପ୍ରଦେଶରେ ଥିଲା । ଭୂମିକମ୍ପ ଅନେକ ଅଞ୍ଚଳକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେଇଥିଲା ।
ରବିବାର ରାତି ୧୧.୪୭ ସମୟରେ ଭୂମିକମ୍ପ ହୋଇଥିଲା । ଏହାର ଗଭୀରତା ମାତ୍ର ୮ କିଲୋମିଟର ଥିଲା। ଭୂକମ୍ପ ପରେ ଅନେକ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି । ଭୂମିକମ୍ପ ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି, କିନ୍ତୁ ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ଏବଂ ରାସ୍ତା କ୍ଷତିଗ୍ରସ୍ତ କାରଣରୁ ରିଲିଫ୍ ଟିମ୍ ପ୍ରଭାବିତ ଅଞ୍ଚଳକୁ ପହଞ୍ଚିବାକୁ ସଂଘର୍ଷ କରୁଛନ୍ତି। ସୋସିଆଲ ମିଡିଆରେ ଭୂକମ୍ପ ସମୟର କିଛି ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି ।
